ସତ୍ୟବାଦୀ ପୋଲିସର ନିଶା ବେପାରୀଙ୍କ ଉପରେ ଚଡଉ
ସାକ୍ଷୀଗୋପାଳ ------ ସତ୍ୟବାଦୀ ଥାନା ପକ୍ଷରୁ ବୁଧବାର ସକାଳେ ଅଚାନକ ଚୋରା ନିଶା ବେପାରୀ ମାନଙ୍କ ଉପରେ ଚଡାଉ ଆରମ୍ଭ କରାଯାଇଛି । ଯାହାକି ଚୋରା ବୋପାରୀ ମାନଙ୍କ ମଧ୍ୟରେ ଛାନିଆ ସୃଷ୍ଟି ହୋଇଛି । ଏହାକୁ ନେଇ ମିଶ୍ର ପ୍ରତିକିୟା ସାକ୍ଷୀଗୋପାଳ ବଜାରରେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଦେଖାଯାଇଛି । ଯେଉଁମାନେ ଖୋଲୁମୁ ଖୋଲା ନିଶା କାରବାର କରୁଛନ୍ତି ସେମାନଙ୍କୁ ପୋଲିସ ଚଡାଉ କରୁନାହିଁ ବୋଲି କେତେକ ବ୍ୟବସାୟୀ ମାନେ କହନ୍ତି । ଯେଉଁମାନେ ନିଶା କାରବାର ଛାଡି ଦେବାକୁ ବସିଛନ୍ତି ସେମାନଙ୍କୁ ପୋଲିସ ଚଡଉ କରୁଥିବା ରୁ ଏହାକୁ ବ୍ୟବସାୟୀ ମାନେ ନାପସନ୍ଦ କରିଛନ୍ତି । ସତ୍ୟବାଦୀ ଅଞ୍ଚଳରେ ଦିନକୁ ଦିନ ଚୋରି, ମାରପିଟ, ଲୁଟ, ମର୍ଡର ଓ ଡକାୟତି ଆଦି ଘଟଣା ଘଟି ଚାଲିଛି । ଏହି ସବୁର ମୁଖ୍ୟ କାରଣ ହୋଇଛି ନିଶା ବୋଲି ଜନସାଧାରଣ କହନ୍ତି । ସତ୍ୟବାଦୀ ପୋଲିସ କୌଣସି ସୁତ୍ରରୁ ଖବର ପାଇ ସାକ୍ଷୀଗୋପାଳ ବଜାରରେ ବିଭିନ୍ନ ନିଶା କାରବାର ଚାଲିଥିବା କେତକ ସ୍ଥାନରେ ଚଡାଉ କରିଥିଲେ । ମାତ୍ର ସେମାନଙ୍କ ଠାରୁ କୌଣସି ନିଶା ଦ୍ରବ୍ୟ ନ ପାଇବା ପରେ ମଧ୍ୟ ସେମାନଙ୍କୁ ଥାନାକୁ ନେବାକୁ ଉଦ୍ଦ୍ୟମ କରିବାରୁ ପାଖ ଆଖ ଦେକାନୀ ମାନେ ଏହାକୁ ବିରୁଧରେ ସ୍ୱର ଉତ୍ତୋଳନ କରିଥିଲେ । ଯାହାକି ପୋଲିସ ଓ ବ୍ୟବସାୟୀ ମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବାର ଦେଖାଯାଇଥିଲା ଏପରିକି ସାକ୍ଷୀଗୋପାଳ ରେଳ ପାଟକ ପାଖ ଯାଦବ କଲୋନିରୁ ବଡ ଧରଣର ଡକାୟତି ୩ ତାରିଖରେ ହୋଇଥିଲା । ପୋଲିସ ଏହାର କୌଣସି ସୁରାଖ ନ ପାଇ ଅନ୍ଦାରରେ ବାଡି ବୁଲାଉଛି ବୋଲି ଜନସାଧାରଣ କହନ୍ତି । ମାତ୍ର ଚୋରୀ ହେବା ସ୍ଥାନ ଠାରୁ ଅଳ୍ପ ଦୂରରେ ଏକ ଦେଶୀ ଓ ବିଦେଶୀ ମଦ ଭାଟି ଥିଲେ ମଧ୍ୟ ପୋଲିସ ଏହା ଉପରେ ଚଡାଉ ନ କରି ପୁରୁଣା ନିଶା ବେପାରୀଙ୍କୁ ଚଡାଉ କରୁଥିବାରୁ ସ୍ଥାନୀୟ ବ୍ୟବସାୟୀ ମାନେ ନାପସନ୍ଦ କରିଛନ୍ତି । ସେମାନେ କହନ୍ତି ପକୃତ ପକ୍ଷେ ଯେଉଁମାନେ ଚୋରା ନିଶା ବେପାର କରୁଛନ୍ତି ସେମାନଙ୍କୁ ଧରିବା ପାଇଁ ପୁରୀ ଜିଲ୍ଲା ଏସପିଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ସତ୍ୟବାଦୀ ପୋଲିସର ଏହି କାର୍ଯ୍ୟକୁ ସତ୍ୟବାଦୀର ବୁଦ୍ଧଜିବୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି