Breaking News

ହାତଗୁଞ୍ଜା ନ ଦେବାରୁ ଚାଷୀଙ୍କୁ ମିଳୁନି ଋଣ ; କରାଯାଉନି ପ୍ରଧାନମନ୍ତ୍ରୀ ଫସଲ ବୀମା


Atabira News
ବରଗଡ --- ବରଗଡରେ ଥିବା ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ସଦର ଶାଖା,  ବରଗଡ  । ଅଧିନରେ ଥିବା ସରସରା ସେବା ସମବାୟ ସମିତିରେ ଖୋଲୁମ ଖୋଲା ଚାଲିଛି ଲାଞ୍ଚ କାରବାର  ।  ଗରିବ ଚାଷୀ ମାନେ ହାତ ଗୁଞ୍ଜା ନ ଦେବାରୁ ଏବେ ସେମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଓ ଖରିଫ ଋଣ ପାଇବାରୁ ବଞ୍ଚିତ ହୋଇଥିବା ନେଇ ସଦର ସମବାୟ ବ୍ୟାଙ୍କର ମୂୁଖ୍ୟ ପରିଚାଳକଙ୍କୁ ଲିଖିତ ଅଭିଯୋଗ ହୋଇଛି । ସରସରା ସମବାୟ ସମିତିର ସଭ୍ୟ ନିରଞ୍ଜନ ଷଡଙ୍ଗୀ ଅଭିଯୋଗ କରିଥିବା ଜଣାପଡିଛି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ୩୧/୭/୨୦୧୯ ଶେଷ ଦିବସ ଥିଲା  । ଯାହାକି ଅନେକ ଚାଷୀ ହାତଗୁଞ୍ଜା ନ ଦେଇ ପାରିବାରୁ ଫସଲ ବୀମାରୁ ବଞ୍ଚିତ ହୋଇଥିବା ଜଣାପଡିଛି  ।୨୦୧୯- ୨୦୨୦ ବର୍ଷ ପାଇଁ  ଖରିଫ ଧାନ ଚାଷ ପାଇଁ ସମବାୟ ଋଣ ମଞ୍ଜୁର କରିୁଛି  । ଯେଉଁ ମାନେ ହାତଗୁଞ୍ଜା ନ ଦେଇ ପାରିଲେ ସେମାନେ ଏଥିରୁ ବଞ୍ଚିତ ହେଲେ ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ସେହିପରି ସମବାୟ ସମିତିର ସେକ୍ରେଟାରୀ ନିରଞ୍ଜନଙ୍କ ପନ୍ନୀଙ୍କୁ ଫୋନ ମାଧ୍ୟମରେ ଅଶ୍ଳୀଳ ଇଙ୍ଗିତ ଦେଇ ସମବାୟ ସମିତିକୁ ଡାକିଥିବା ଅଭିଯୋଗ ରେ ଉଲ୍ଲେଖ ରହିଛି  । ଏ ସମ୍ପର୍କରେ କିଛି ଖବର ଦାତା ତଥ୍ୟ ସଂଗ୍ରହ ପାଇଁ ଯାଇଥିବା ବେଳେ ସେକ୍ରେଟାରୀ ଓ ଶାଖା ପରିଚାଳକ କୌଣସି ଉତ୍ତର ଦେବାକୁ ରାଜି ହୋଇନଥିଲେ । ବରଗଡ ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ଚାଷୀ ମାନଙ୍କୁ ବୀମାଭୁକ୍ତ କରିବା ସହ ସମବାୟ ସମିତିର ସେକ୍ରେଟାରୀଙ୍କୁ  ଋଣ ମଞ୍ଜୁର କରିବାକୁ ନିର୍ଦ୍ଦେଶ ଦେବାକୁ  ଚାଷୀ ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି  ।
 ବରଗଡରୁ ନବୀନ କୁମାର ଦାଶ

Blog Archive