ସାମାନ୍ୟ ବର୍ଷାରେ ଅତାବିରା ୫୩ ନଂ ଜାତୀୟରାଜପଥ ବୁଡିଲା
ବରଗଡ଼ ---- ବରଗଡ଼ ଜିଲ୍ଲାର ସାମାନ୍ୟ ବର୍ଷାରେ ଅତାବିରା ୫୩ନଂ ଜାତୀୟରାଜପଥ ବୁଡି ଯାଇଛି।ଅସମ୍ପୂର୍ଣ୍ଣ ତଥା ଅବ୍ୟବସ୍ଥିତ ରାଜରାସ୍ତା ଓ ଅବହେଲିତ ଏନଏସି ପାଇଁ ଅଞ୍ଚଳର ଲୋକେ ହନ୍ତସନ୍ତ। ଯୋଉଁଆଡ଼େ ଆଖି ବୁଲାଇଲେ ଖାଲଖମା। ରାଜରାସ୍ତା କଥା ନକହିବା ଭଲ। ପାଦରେ ଚାଲିକି ଯିବାକୁ ମଧ୍ୟ ଲୋକେ ସୁରକ୍ଷିତ ମଣୁ ନାହାନ୍ତି। କେଉଁଠି ବେନିୟମ ଡାଇଭର୍ଶନ ତ ଆଉ କେଉଠି ରାଜରାସ୍ତା ଉପରେ ଖାଲ , ଖସା ହୋଇ ପାଣି ଜମି ରହିଛି। ଆଜି ଅପରାହ୍ନ ୩ ଟାରୁ ବର୍ଷା ପ୍ରାୟ ୪୦ ମିନିଟ ବର୍ଷା ହୋଇଥିଲା। ସେ ଯୋଗୁଁ ଆଜି ସ୍କୁଲ ପିଲା, ଲୋକମାନେ ରାସ୍ତାରେ ପାଣି ଜମିବା ଯୋଗୁଁ ଯିବା ଆସିବା କରିବାପାଇଁ ଅସୁବିଧା ହୋଇଛି ।ରାଜରାସ୍ତା କଡରେ ପାଣି ଉଛୁଳି ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ପାଣି ଲୋକଙ୍କ ଘରେ
ଅଲିଆ ଆବର୍ଜନା ପାଣି ପଶୁଛି । ଏନେଇ ତୁରନ୍ତ ସରକାର ଦୃଷ୍ଟିଦେଇ ରାଜରାସ୍ତା ତଥା ଅବ୍ୟବସ୍ଥିତ ଏନଏସିର ସୁବ୍ୟବସ୍ଥା କରିବାପାଇଁ ଦାବି ହେଉଛି।
ବରଗଡ଼ରୁ ଜିଲ୍ଲାପ୍ରତିନିଧି ନବୀନ ଦାଶଙ୍କ ରିପୋର୍ଟ...