ହୃତଘାତରେ ସୁଷମା ସ୍ୱରାଜ ମୃତ
ଭୁବନେଶ୍ୱର---- ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କ ୬୭ବର୍ଷ ବୟସରେ ନିଧନ ହୋଇଯାଇଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତ୍ୟୁ ଖବର ପାଇବା ପରେ ହସ୍ପିଟାଲରେ ବହୁ ବିଜେପି ନେତାଙ୍କ ଭିଡ଼ ହୋଇଥିଲା ।ନିଜ ଭାଷଣ ଓ କାର୍ଯ୍ୟରେ ବିରୋଧୀଙ୍କ ମୁହଁ ବନ୍ଦ କରିଦେଉଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସବୁଦିନ ପାଇଁ ଚୁପ ହୋଇଯାଇଛି । ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଦେଖିବା ବୋଧହୁଏ ଶେଷ ଇଚ୍ଛା ଥିଲା ତାଙ୍କର । ଅଗ୍ନିବର୍ଷି ନେତ୍ରୀ ସ୍ବର୍ଗତ ସୁଷମା ସ୍ୱରାଜ ୧୯୫୨ରେ ଜନ୍ମିତ । ସଂସ୍କୃତ ଏବଂ ରାଜନୀତି ରେ ଗାଜୁଏସନ କରିବା ପରେ ପଞ୍ଜାବ ଇନଭରସିଟ ଚଣ୍ଡିଗଡ଼ ରେ ଆଇନ ଛାତ୍ରୀ ଭାବେ ପାଠ ପଢିଥିଲେ । ଭଲ ହିନ୍ଦୀ ଭାଷଣ ଦେଉଥିବା ରୁ ହରିୟାଣା ର ଏକ ସଂସ୍ଥା ଲଗାତର ତାଙ୍କୁ 3 ବର୍ଷ ଧରି ପ୍ରଥମ ପୁରସ୍କାର ଦେଇଥିଲା । ସୁଷମା ସ୍ୱରାଜ ହରିୟାଣା ରେ ଜନ୍ମ ହୋଇଥିଲେ । ୧୯୭୦ ଦଶକରେ ସୁଷମା ରାଜନୀତି ରେ ପାଦ ଦେଇଥିଲେ । ପ୍ରଥମରୁ ହିଁ ସେ ବିଜେପି ରେ ସାମିଲ ହୋଇଥିଲେ ।