ପଞ୍ଚାୟତ ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ
ଜଟଣୀ--- ଜଟଣୀ ବ୍ଳକର ତିରିମଲ ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ଦିନ ପଞ୍ଚାୟତ ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି । ସ୍ତାନୀୟ ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଦ୍ୟରେ ସମାଜସେବୀ ରମେଶ ବେହେରା, ପ୍ରହଲ୍ଲାଦ ସାହୁ, ନାଏବ ସରପଞ୍ଚ ମାଗୁଣି ବେହେରା, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଜାତା ପ୍ରତିହାରୀ ଓ ସମନ୍ନତି ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ସୁଚିତ୍ରା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ୬ଟି ଅଙ୍ଗନୱାଡି କେନ୍ଦ୍ରର ୨ଶହରୁ ଉର୍ଦ୍ଧ ମା ମାନେ ଯୋଗଦେଇଥିଲେ । ଏହି ଅବସରରେ ସୁସ୍ଥ ମା ସୁସ୍ଥ ଶିଶୁ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ୧୫ ମା ମାନଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ ।
ଧୀରେନ୍ଦ୍ର ସେନାପତି