ଫନି କ୍ଷିତିଗ୍ରସ୍ତ କୃଷି ସବୋ ସମବାୟ ସମିତିର ପୁନରୁଦ୍ଧାର ନେଇ ନିବନ୍ଧକଙ୍କ ପରିର୍ଦଶନ
ବାଲିଅନ୍ତା ----- ବାତ୍ୟା ରେ ବାଲିଅନ୍ତା ବ୍ଲକରେ କ୍ଷତିଗ୍ରସ୍ତ ୧୨ଟି କୃଷି ସମବାୟ ସମିତିର ପୁନରୁଦ୍ଧାର ତଥା କୃଷକମାନଙ୍କର ବିଭିନ୍ନ ସମସ୍ୟାର ନେଇ ସମବାୟ ବିଭାଗ ପକ୍ଷରୁ ବିଶଷେ ତତ୍ପରତା ପ୍ରକାଶ ପାଇଛି । ଏହି ପରିପ୍ରକେ୍ଷୀରେ ଆଜି ପୂର୍ବାହ୍ନରେ ଭୁବନଶେ୍ବର ସମବାୟ ନିବନ୍ଧକ ବିଭୁତିଭୂଷଣ ପଟ୍ଟନାୟକ ବାଲିଅନ୍ତା ବ୍ଲକର ବିଭିନ୍ନ ସବୋ ସମବାୟ ସମିତି ପରିର୍ଦଶନ କରି ସମିତି ସଂପାଦକମାନଙ୍କୁ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସଂର୍ପକରେ ପଚାରି ବୁଝିଥିଲେ । ଚଳିତ ଖରିଫ ଋତୁ ଲାଗି ମଣ୍ଡିରେ ଧାନବିକ୍ରି କରିବା ଲାଗି ନାମ ପଂଜୀକରଣ ଓ ଚାଷୀଙ୍କୁ ରାସାୟନିକ ସାର ଓ କୃଷିଋଣ ଯୋଗାଣ ଉପରେ ବିଶଷେ ଗୁରୁତ୍ବାରୋପ କରିଥିଲେ । ସମିତି ଘର ମରାମତି ତଥା ଅନ୍ୟାନ୍ୟ ବିକାଶ କାର୍ଯ୍ୟ ଲାଗି ସମିତି ସଂପାଦକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବଣେୁପୁର ଓ ପ୍ରତାପରୁଦ୍ରପୁର ସବୋ ସମବାୟ ସମିତିରେ ଅନୁଷ୍ଠିତ କୃଷକ ସଭାରେ ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ସମିତି କାର୍ଯ୍ୟର ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟ ବାଲିଅନ୍ତା ବ୍ଲକରେ ବାତ୍ୟାରେ ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ତାଲିକା ସଂପାଦକମାନେ ନିବନ୍ଧକଙ୍କୁ ପ୍ରଦାନ କରିଥିଲେ । ହଲେେ ଏଯାଏ ଭିତ୍ତିଭୂମି କାର୍ଯ୍ୟର ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅନୁଦାନ ଅର୍ଥ ମଂଜୁର ନହବୋ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଅବସରରେ ନିବନ୍ଧକ ଶ୍ରୀ ପଟ୍ଟନାୟକଙ୍କ ସହିତ ପ୍ରତାପରୁଦ୍ରପୁର ସବୋ ସମବାୟ ସମିତି ସଂପାଦକ ବିଶ୍ବନାଥ ପଣ୍ଡାଙ୍କ ସମତେ ବଣେୁପୁର ସଂପାଦକ ଉପସ୍ଥିତ ଥିଳେ ।