Breaking News

ବାଲିଗୁଡ଼ା ବିଧାୟକ ମାନବିକତାର ପରିଚୟ ଦେଲେ


khandhamala News
  କନ୍ଧମାଳ------  କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକ ଚକ୍ର ମଣି କହଁର ତାଙ୍କର  ପ୍ରଥମ ଦରମା ଜନ ସେବାରେ ଲଗାଇ ଜିଲ୍ଲାରେ ନୁତନ ଇତିହାସ ସୃଷ୍ଟି କରିଛନ୍ତି । ଯାହା ଫଳରେକି  ଅଭିନନ୍ଦନର ବାର୍ତ୍ତା ଛୁଟୁଛି । ବିଧାୟକ ଶ୍ରୀ କହଁର ଯୁବକ ସମୟରେ ଜନସେବା କରି ଆସୁଥିଲେ । ବିଧାୟକ ହେବା ପରେ ବାଲିଗୁଡା ବନବାସୀରେ ରହୁଥିବା କୁନି କୁନି ଛୋଟ ପିଲା ଓ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ, ଜାରା ନିବାସରେ ରହୁଥିବା ବୃଦ୍ଧ ବୃଦ୍ଧା ଙ୍କୁ ଖେଳନା, ବିସ୍କୁଟ, ପେନ, ଖାତା,ଟାୱାଲ, ଧୋତି, ଶାଢ଼ୀ ମିଠା ବଣ୍ଟନ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି । ଏଭଳି ଜନସେବା କୁ ବାଲିଗୁଡା ଅଞ୍ଚଳ ବାସି ହାର୍ଦିକ ଅଭିନନ୍ଦନ ଜଣାଇବା ସହ ବନବାସୀ ସେବାସମିତି ତରଫରୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ  । ବାଲିଗୁଡା ବିଧାୟକଙ୍କ ସହ ବାଲିଗୁଡା ଓ ନୂଆଗାଁ ବ୍ଲକର ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts