Breaking News

ସରକାରୀ କାର୍ଯ୍ୟାଳୟ ଅଛି ମାତ୍ର ଫଳକ ନାହିଁ


  ବରଗଡ଼-----  ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ କୁ ସୂଚିତ କରିବା ପାଇଁ ନାମ ଫଳକ ଲଗାଇବା ପାଇଁ ରାଜ୍ୟ  ସରକାରଙ୍କ ନିୟମ ରହିଛି ।      ତାହା ପୁଣି  ଓଡ଼ିଆରେ । ଯେଉଁ ମାନେ ନାମ ଫଳକ। ଓଡ଼ିଆ ରେ ଲେଖାନଥିଲେ  ସେମାନଙ୍କୁ ସଚେତନ ସହ  ଜୋରିମାନା ମଧ୍ୟ ଆଦାୟ  କରାଯାଇଥିବାର ନଜିର ରହିଛି । ଅତାବିରା  ଅବକାରୀ ବିଭାଗ ବର୍ଷବର୍ଷ ଧରି ବିନା ନାମଫଳକରେ ଅଫିସ ଚାଲିଛି। ତାହା ପୁଣି କେତେବେଳେ ଖୋଲୁଛି ତ କେତେବେଳେ  ବନ୍ଦ ରହୁଛି ତାହା ଏକମାତ୍ର ସେମାନଙ୍କୁ  ଜଣା । ସେହିପରି ଭେଡେନ ତଥା ଅତାବିରା ବ୍ଲକର ପଞ୍ଚାୟତ ମାନଙ୍କର ଗାଁ ଗଣ୍ଡାରୁ ମହିଳା ଗୋଷ୍ଠି  ମଦ ବନ୍ଦ ଅଭିଯୋଗ ଆଣି ଅପେକ୍ଷା କରି ଫେରି ଯାଆନ୍ତି। ଅଫିସ ଖୋଲା ନଥାଏ । ଅଞ୍ଚଳର‌ ୮୦  ଭାଗ ଲୋକେ ଅବକାରୀ ବିଭାଗ କୋଉଠି ଅଛି ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି । ଅବକାରୀ ବିଭାଗ ପକ୍ଷରୁ ରାଜରାସ୍ତା ରେ ନିଶା କାରବାର କୁ ବେଶ ପ୍ରୋତ୍ସାହନ ଦିଆଯାଉଛି ବୋଲି ବୁଦ୍ଧିଯିବି ମହଲରୁ ପ୍ରକାଶ ପାଏ। ଏବେ  ଏନଏସି ସ୍ଥିତ ଶ୍ରୀରାମ ବାବାମଠ ସାମ୍ନା ରାଜରାସ୍ତାର ବିପରୀତ କଡ଼ରେ ଅବକାରୀ କାର୍ଯ୍ୟାଳୟ ଅବସ୍ଥିତ। ଅତାବିରା ଅବକାରୀ ବିଭାଗର ଦାୟତ୍ୱରେ ଏସଆଇ ସତିକା ବେଶନ ନାମ୍ନୀ ଅଫିସର ନିଯୁକ୍ତି ପାଇଛନ୍ତି। ହେଲେ ରାଜରାସ୍ତା ଉପରେ ତାଙ୍କରି ନଜର ପଡୁନଥିବାବେଳେ କାଁ ଭାଁ ଗାଁ ଗହଲିରୁ ଛୋଟମୋଟ କୁଚିଆକୁ ଧରି ନିଜେ ବାହାବା ନେଉଥିବା ଜଣାପଡିଛି ।  ବଡ଼ ବଡ଼ ନିଶା ମାଫିଆମାନେ ଖୁଲେ ଆମରେ ନିଶା କାରବାର ର କାୟା ବିସ୍ତାର କରି ଚାଲିଛନ୍ତି ବୋଲି ଲୋକେ କୁହନ୍ତି। ଯଦ୍ଵାରା ଅଞ୍ଚଳରେ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଇଁ ନୁଆଁ ନୁଆଁ ଘଟଣା ମାନ ଘଟିଯାଉଛି। ହେଲେ ସେମାନଙ୍କ ବିରୁଦ୍ଧରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସେପରି କାର୍ଯ୍ୟନୁଷ୍ଠାନ  ଗ୍ରହଣ କରାଯାଇନାହିଁ ବୋଲି ଜଣାପଡିଛି ।  ମହିଳା ଗୋଷ୍ଠି,ଗାଁ ଗଣ୍ଡାରୁ  ମଦ ବନ୍ଦର ଦାବି ନେଇ ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଜିଲ୍ଳା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।
ବରଗଡ଼ରୁ ଜିଲ୍ଲା ପ୍ରତିନିଧି ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts