ନଡିଆ କତା ପାରୁ ଉତ୍ପାଦନ କେନ୍ଦ୍ର ସତ୍ୟବାଦୀରେ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ସାକ୍ଷୀଗୋପାଳ ---- ଭୁବନେଶ୍ୱର - ପୁରୀ ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ଥାନା ନିକଟ ନୁଆଗାଁ ଛକ ଠାରୁ ଜିଲ୍ଲା ଯୁବମୋର୍ଚ୍ଚାର ଉପସଭାପତି ନିଶିକାନ୍ତ ( ରିଙ୍କୁ) ପ୍ରଧାନ , ଦୀପକ ଶତପଥୀ, ହୃଷିକେସ ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀକୁ ପାଛୋଟି ନେଇଥିଲେ । ବନିତା କୟର ଉତ୍ପାଦନ କେନ୍ଦ୍ରକୁ ୍ର ମନ୍ତ୍ରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶନିବାର ବୁଲିକି ଦେଖିଥଲେ । ବନିତା କୟର କେନ୍ଦ୍ରର ମାଲିକ ସୁବାଷ ଚନ୍ଦ୍ର ଶତପଥି , ତାଙ୍କ ସହଯୋଗୀ ଓ କାମ କରୁଥିବା ମହିଳା ମାନେ ମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ମନ୍ତ୍ରୀ କୟର ଉତ୍ପାଦନ କେନ୍ଦ୍ର ସମ୍ପର୍କେ ଶ୍ରୀ ଶତପଥିଙ୍କ ସହିତ ବହୁ ସମୟ ଧରି ଆଲେଚନା କରିଥିଲେ । ଏପରିକି ଫାନି ବାତ୍ୟାରେ କ୍ଷୟକ୍ଷତି ସମ୍ପର୍କେ ମଧ୍ୟ କୟର କେନ୍ଦ୍ରର ମାଲିକଙ୍କ ସହିତ ଆଲେଚନା କରିଥିଲେ । ପରେ ପରେ ସତ୍ୟବାଦୀ ବ୍ଳକ ଛକ ନିକଟରେ ଥିବା ରେଖାରାଣୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଓଡିଶା କତାଶିଳ୍ପର ସହଭାଗୀ ମାନଙ୍କ ସଂପୃକ୍ତିରେ ସଚେତନତା ଓ ଆଲେଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଯୋଗଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟପର୍ଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କେନ୍ଦ୍ର ସରକାର କୟର ଶିଳ୍ପ ପ୍ରତି ନଜର ଦେଉଛନ୍ତି ବୋଲି କହିଥିଲେ । ଫାନି ବାତ୍ୟାରେ ସାକ୍ଷୀଗୋପାଳରେ ଥିବା ଅନେକ ଛୋଟ ବଡ କୟର ଶିଳ୍ପ ନଷ୍ଟ ହୋଇଛି । ଏହାର କ୍ଷତିପୂରଣ କରିବା ପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲେଚନା କରିବେ ବୋଲି କହିଥିଲେ । ଶେଷରେ ଏହି ପବିତ୍ର ମାଟିକୁ ସେ ସତପ୍ରମାଣ ଜଣାଇଥିଲେ । ଏଠାରେ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାଶଙ୍କ ଜନ୍ମ ଓ କର୍ମ ସ୍ଥାନ ଓ ସାକ୍ଷୀର ଠାକୁର ସାକ୍ଷୀଗୋପିନାଥ ଓ ମା ରାଧାଙ୍କ ପୀଠ ସ୍ଥଳି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୟର ବୋର୍ଡ ସେକ୍ରେଟାରୀ ଏମ. କୁମାର ରାଜା, ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ଡ. ରାଘବ ଦାସ , ପୁରୀ ଡିଆଇସିର ମ୍ୟାନେଜର ବଦ୍ରିନାରାୟଣ ପାତ୍ର ଭୁବନେଶ୍ୱର କୟର ବୋର୍ଡର ଅଧିକାରୀ ବି କେ ଦାସ , ବିଜେପି ନେତା ଓମ ପ୍ରକାଶ ମିଶ୍ର , ଆଶିଷ ପଟ୍ଟନାୟକ, ଦୀପକ ଶତପଥୀ, ଅୃଷିକେଷ ମିଶ୍ର, ସତ୍ୟବାଦୀ ମଣ୍ଡଳର ସଭାପତି ଉମେଶ ପ୍ରଧାନ ଯୋଗଦେଇଥିଲେ । କୟର ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ । ଏପରିକି ହାତଗଣତି କେତେଜଣଙ୍କୁ କହିବାକୁ ସୁବିଧା ସୁଯୋଗ ଦିଆଯାଇଥିଲା । ଅନ୍ୟ ମାନଙ୍କୁ ମଧ୍ୟ କହିବାର ସୁଯୋଗ ଦେଇନଥିଲେ । ଏପରିକି କୟର ବୋର୍ଡ ର କଳା କାରନାମ ଧରାପଡି ଯିବ ବୋଲି ଭୟରେ ସେମାନଙ୍କୁ ଡକାଯାଇନଥିବା କୟର ବୋର୍ଡର ସଦସ୍ୟ ମାନେ ଆଲେଚନା କରୁଥିବା ଜଣାପଡିଛି । ଓଏସ ସିଆଇ ଏମଏ ସଂଘର ସେକ୍ରେଟାରୀ ପ୍ରଶାନ୍ତ ମହାପାତ୍ର ସହ ସମ୍ପାଦକ ଜ୍ୟୋତି ପାତ୍ର ଓ ବଳପୁର ମହିଳା ସମିତିର ସଭାନେତ୍ରୀ ଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ସ୍ୱାଦ ଅନୁଷ୍ଠାନର ସମ୍ପାଦିକା ବୀଣାପାଣି ମିଶ୍ର ଓ ତାଙ୍କ କର୍ମୀ ମାନେ ମନ୍ତ୍ରୀଙ୍କୁ ଫୁଲତେଡା ଦେଇ ସ୍ୱାଗତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି