Breaking News

କୋଣାର୍କ ଏନ୍ଏସି ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗିତା


konarka News and Photo, ajiti kumar malik
କୋଣାର୍କ ---- ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ କୋଣାର୍କ ଏନ୍ଏସି ପକ୍ଷରୁ ଏନ୍ଏସି ଅନ୍ତର୍ଗତ ସମସ୍ତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଶନିବାର କୋଣାର୍କ ଆଶ୍ରମ ସ୍କୁଲ ପରିସରରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ଦେଶାତ୍ମବୋଧ ସଙ୍ଗୀତ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସବଜୁନିୟର, ଜୁନିୟର ଓ ସିନିୟର ସହିତ  କଲେଜ ସ୍ତରୀୟ ପ୍ରତିଯୋଗୀଙ୍କୁ ‘ଏ’ରେ ଗୃପରେ ବିଭାଜିତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସବଜୁନିୟର ଗୃପ ପାଇଁ - ମୋ ବିଦ୍ୟାଳୟ ଓ ଚିତ୍ରାଙ୍କନରେ ଉଡୁଥିବା ଜାତୀୟ ପତାକା, ଜୁନିୟର ଗୃପ ପାଇଁ  ଫନିର ଅନୁଭୁତି ଓ ଚିତ୍ରାଙ୍କନରେ ମହତ୍ମା ଗାନ୍ଧୀଙ୍କ ଫଟୋଚିତ୍ର, ସିନିୟର ଗୃପ ପାଇଁ ଗଣମାଧ୍ୟମ ଓ ଯୁବସାଜ ଓ ଚିତ୍ରାଙ୍କନରେ ସୂର୍ଯ୍ୟମନ୍ଦିର ଏବଂ ଏ ଗୃପ ପାଇଁ ୩୭୦ଧାରା ଉଛେଦ ଯଥାର୍ଥତା  ପ୍ରସଙ୍ଗକୁ ନେଇ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା  ଛାତ୍ରଛାତ୍ରୀଙ୍କୁ ନାମ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଘୋଷଣା କରାଯିବ । ସେହିପରି ସଙ୍ଗୀତ ପ୍ରତିଯୋଗୀତାରେ ସବଜୁନିୟର ଗୃପରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ପ୍ରତ୍ୟୁଶା ରାଉତ, କୋଣାର୍କ ଆଶ୍ରମ ସ୍କୁଲର ଛାତ୍ରୀ ମିତଲ ମାଝି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ କୋଣାର୍କ ସୋଭନୀୟ ଶିକ୍ଷାଶ୍ରମର ଛାତ୍ର ଚିନ୍ମୟ ସାହୁ ତୃତିୟ ସ୍ଥାନ ଅଧିକାର କରିଥିଲେ ।  ଏହିପରି ଜୁନିୟର ଗୃପରେ କୋଣାର୍କ ସରସ୍ୱତି ଶିଶୁ ବିଦ୍ୟାମନ୍ଦିରର  ଛାତ୍ରୀ ଅର୍ପିତା ଦାସ, ପ୍ରଥମ ସ୍ଥାନ,  କୋଣାର୍କ ଆଶ୍ରମ ସ୍କୁଲର ଛାତ୍ର ଗୁଜୁରାମ ହାଁସଦା ଦ୍ୱିତୀୟ ସ୍ଥରାନ ଓ ତୃତୀୟ ସ୍ଥାନରେ କୁନ୍ତା ହେମ୍ବ୍ରମ, ସିନିୟର ଗୁୃପରେ ଆଶ୍ରମ ସ୍କୁଲର ଛାତ୍ର ଅନିଲ କୁମାର ବେହେରା ପ୍ରଥମ ସ୍ଥାନ, ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ସ୍ମୃତିରଞ୍ଜନ କର ଦ୍ୱିତୀୟ, ସରକାର ଉଚ୍ଚ ବିଦ୍ୟାଳୟର ଛାତ୍ର ସବ୍ୟସାଚି ନାୟକ ତୃତୀୟ ଅଧିକାର କରିଥିବା ବେଳେ ଏ ଗୃପରେ ପ୍ରଥମ ସ୍ଥାନରେ ଶିଳ୍ପା ଗୋଛାୟତ, ଦ୍ୱିତୟୀ ସ୍ଥାନରେ ଜଗଦିଶ ଦାଶ, ଓ ତୃତୀୟ ସ୍ଥାନରେ ସୁଭସ୍ମିତା ସାହୁଙ୍କୁ ଚୟନ କରାଯାଇଛି । ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ବାମଦେବ ଆଳୁକ ଓ ଜଟକିଶୋର ମାର୍ଥା, ଜୟଦେବ ମିଶ୍ର ରହିଥିଲେ । ଆଜିର ଏହି କାର୍ଯ୍ୟ କ୍ରମକୁ ଆଶ୍ରମ ସ୍କୁଲର ଶିକ୍ଷକ ଲକ୍ଷ୍ମଣ ରଥ, ସମାଜସେବୀ ରାମକୃଷ୍ଣ ମହାନ୍ତି ଓ ଗୋପାଳ ଦାଶ କୋଣାର୍କ ଏନଏସି କର୍ମଚାରୀ ପ୍ରଶାନ୍ତ କୁମାର ବଡପଣ୍ଡା, ପୂର୍ଣ୍ଣଚନ୍ଦ୍ର ଭୋଳ ଏବଂ ସବକମିଟିର ସଦସ୍ୟ ଅଜିତ କୁମାର ମଲ୍ଲିକ, ମାନସରଞ୍ଜନ ପାତ୍ର, ବିଶ୍ୱଜିତ ରାଉତରାୟ, ଅବନୀଭୂଷଣ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରବିବାର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ସବୁ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ଏନ୍ଏସି ପକ୍ଷରୁ ପ୍ରମାଣପତ୍ର ଓ ପୁରଷ୍କାର ବିତରଣ କରାଯାଇ ଉତ୍ସାହିତ କରାଯିବ ।
 କେଣାର୍କରୁ  ଅଜିତ କୁମାର ମଲିକ

Blog Archive

Popular Posts