ଡେଲାଙ୍ଗରୁ ପଥର ମୂର୍ତ୍ତି ଚୋରି ; ପୋଲିସର ତଦନ୍ତ ଜାରି
ଡେଲାଙ୍ଗ----- ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନା ବେରବୋଇ ସାମିଲ ବ୍ରହ୍ମେଶ୍ବରପୁର ଗ୍ରାମରେ ପୂଜିତ ଇଷ୍ଟଦେବୀ ମା ଚର୍ଚ୍ଚିକା ଠାକୁରାଣୀଙ୍କ ପଥର ମୂର୍ତ୍ତି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ପ୍ରତିଦିନ ପରି ତାଙ୍କର ନୀତି କାନ୍ତି ସରିବା ପରେ ସେବକମାନେ ମନ୍ଦିର ପହଡ଼ ପକାଇବା ସହ ମନ୍ଦିର ଚାବି ପକାଇ ଥାନ୍ତି । ପ୍ରତିଦିନ ପରି ସୋମବାର ଦିନ ମା'ଙ୍କ ନୀତି କାନ୍ତି ସରିବା ପରେ ମନ୍ଦିର ଚାବି ପକାଇ ସେବକ ମାନେ ଘରକୁ ଯାଇ ଥିଲେ । ତାପରଦିନ ସକାଳୁ ପାଳିଆ ସେବକ କିଶୋର କୁମାର ନାୟକ ମନ୍ଦିର କୁ ଆସି ଦେଖିଲା ବେଳକୁ ଦୁବୁର୍ତ୍ତ ମାନେ ମନ୍ଦିର ଚାବି ଭାଙ୍ଗି ମାଙ୍କ ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି । ସଙ୍ଗେ ସଙ୍ଗେ ଗ୍ରାମବାସୀ ଙ୍କୁ ଜଣାଇଥିଲେ । ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଶ୍ରୀ ନାୟକ ଲିଖିତ ଭାବେ ଥାନା ରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ସାଇଣ୍ଟିଫିକଟିମ ସହ ଅନୁସନ୍ଧାନ ଜାରୀ ରଖିଛିନ୍ତି । ଉକ୍ତ ମୂର୍ତ୍ତିଟି ମୁଗୁନି ପଥରରେ ନିର୍ମିତ ଓ ବହୁ ପୁରାତନ ବୋଲି ଜଣାପଡିଛି ।