କନ୍ଧମାଳ----- କନ୍ଧମାଳ ଜିଲ୍ଲାରେ ଗତ ଲଘୁଚାପ ଜନିତ ବର୍ଷାଯୋଗୁଁ ଗମନାଗମନ ଠପ ହୋଇପଡିଛି ।ବିଭିନ୍ନ ରାସ୍ତାର ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ବୁଧବାର ସକାଳୁ ଏନଏଚ ୫୯ ନମ୍ବର ଜାତୀୟ ରାଜପଥ ବାଟାଗୁଡାରେ ଥିବା ଅସ୍ଥାୟୀ ପୋଲ ଭାସିଯିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାରେ କନ୍ଧମାଳର ତିନୋଟି ବ୍ଲକର ଲୋକ ଯାତାୟତ କରିଥାନ୍ତି । ଲୋକଙ୍କ ଭରସା ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର । ଏଠାକୁ ଆସିବାକୁ କୈାଣସି ସୁବିଧା ନାହିଁ । ତୁମୁଡିବନ୍ଧ ବ୍ଲକ ରାହୁଳ ନଦୀରେ ମଧ୍ୟ ପୋଲ ଉପରେ ପାଣି ଯିବା ଫଳରେ ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି । ବିଜାୱାଡା ରାଞ୍ଚି କରିଡର କଳିଙ୍ଗା ଘାଟିରେ ମଧ୍ୟ୍ୟ ରାସ୍ତା ଦବିଯାଇଛି । ଯାହା ଫଳରେକି ବହୁ ଲୋକ ଏବେ ପାଣି ଘେରରେ ପସିରହିଥିବା ଜଣାପଡିଛି । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଜଣାପଡିଛି । କନ୍ଧମାଳରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ୍
 |
kandhamala News |