କୂଅରୁ ମିଳିଲା ବନ୍ଧା ହୋଇଥିବା ବ୍ୟକ୍ତିଙ୍କର ଶବ
ନୟାଗଡ଼----ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ତେନ୍ତୁଳିଆପଲ୍ଲୀ ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଗ୍ରାମର ଧୋବା ପ୍ରଧାନ ଦଶ ଦିନ ତଳୁ ନିଖୋଜ ଥିଲେ । ବନ୍ଧା ଅବସ୍ଥାରେ କୂଅରୁ ମଳିଲା ଧୋବା ପ୍ରଧାନଙ୍କ ମୃତଦେହ । ଶୁଣିବାକୁ ମିଳେ ଯେ କଙ୍ଗାରୁ କୋର୍ଟ ନିଷ୍ପତ୍ତି ନ ମାନିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରହିଛି । ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଥିବା ପୋଲିସ ଠାରୁ ପ୍ରକାଶ ।
ଧୀରେନ୍ଦ୍ର ସେନାପତି