ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନୟ ସମିତିର ସାଙ୍ଗଠନିକ ବୈଠକ
ଭଞ୍ଜନଗର :-ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭା ଗୃହ ଠାରେ ଓଷ୍ଟl ତରଫରୁ ଆୟୋଜିତ ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନୁୟ ସମିତିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଷ୍ଟl ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ କରିଥିଲେ। ଏଥିରେ ଜିଲ୍ଳା ସଭାପତି ସନ୍ତୋଷ ଜେନା, ସମ୍ପାଦକ ବିଜୟ କୁମାର ବେହେରା, ଅବସରପ୍ରାପ୍ତ ଅଧକ୍ଷ କୃତିବାସ ବିଶ୍ୱାଳ, ବ୍ରହ୍ମ କୁମାରୀ ସନ୍ତୋଷିନୀ ଭଉଣୀ,ଆଲୋଷ୍ଟl ଜିଲ୍ଳା ସଭାପତି କୃଷ୍ଟ ଚନ୍ଦ୍ର ଦାସ, ସମ୍ପାଦକ ରାଜେଶ କୁମାର ପ୍ରଧାନ, ଅଶୋକ କୁମାର ସ୍ୱାଇଁ, ସୁଜାତା ଦାସ, ଦୁର୍ଗାମାଧବ ଦାସ, ତ୍ରିନାଥ ବେହେରା,ଓଷ୍ଟl ବ୍ଲକ ସମ୍ପାଦକ ଗୌରୀନନ୍ଦନ ହୋତ୍ତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ବିଭୂତି ଭୂଷଣ ଜେନା, ବିଷ୍ଣୁ ନାରାୟଣ ପଣ୍ଡା ଓ ବାବୁଲା ବିଷୋୟୀ ମଞ୍ଚlସୀନ ହୋଇ ଆଗାମୀ ଦାବୀଦିବସ ଅଗଷ୍ଟ ୧୬ ରେ ଜିଲ୍ଲାରୁ ବହୁସଂଖ୍ୟାରେ ଯୋଗଦେବାପାଇଁ କହିଥିଲେ l ଏଥିସହ ବିଭିନ୍ନ ଦାବୀ ଉପରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ ସଭାକୁ ପ୍ରଫେସର କୃତିବାସ ବିଶ୍ୱାଳ ପ୍ରଦୀପ ପ୍ରଜ୍ଜୁଳନ କରି ଶୁଭ ଉଦଘାଟନ କରିବା ପରେ ମୋନାଲିସା ସାବତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଅବସର ନେଇଥିବା ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ, ଲଷ୍ମୀଧର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଅମର ବିଳାସ ବେହେରା ଓ ବାସନ୍ତୀ ପାଣିଗ୍ରାହୀଙ୍କୁ ଜିଲ୍ଳା ସଂଘ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା l ଆସନ୍ତା ଅଗଷ୍ଟ ୧୬ ଦାବି ଦିବସରେ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ଶିକ୍ଷକ ସଂଘ ଧାରଣାରେ ଯୋଗଦେବା ପାଇଁ ନିଷ୍ପତ୍ତି କରାଯାଇଛି l ଏହି ଅବସରରେ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଓଁ ଶାନ୍ତି ଭଉଣୀ ମlନେ ସମସ୍ତ ଭାଇ ମାନଙ୍କୁ ରାଖୀ ବନ୍ଧନ କରିଥିଲେ l ଏଥରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା, ସୋରଡ଼ା ଓ ଆସ୍କା ର ଶିକ୍ଷକ ବନ୍ଧୁମାନେ ଯୋଗଦେଇଥିଲେ lଶେଷରେ ସମ୍ପାଦକ ଗୌରୀନନ୍ଦନ ହୋତ୍ତା ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୦/୮/୨୦୨୫----୮,୨୫ Sakhigopal News,10/8/2025