Breaking News

ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପର୍ବ ପାଳିତ ; ବିଳମ୍ବିତ ରାତିରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମଲାଭ କଲେ



ସାକ୍ଷୀଗୋପାଳ,----- ସାକ୍ଷୀଗୋପିନାଥ ମନ୍ଦିରରେ ଜନ୍ମାଷ୍ଟମୀ ପର୍ବ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । ଠାକୁରଙ୍କର ସୁନାବେଶ ସେବାୟତ ମାନେ ପ୍ରଭୁ ସାକ୍ଷୀଗୋପିନାଥ ମା ରାଧାରାଣୀଙ୍କୁ ବିଭିନ୍ନ ସୁନା ଅଳଙ୍କାରେ ସୁସଜିତ କରିଥିଲେ । ଭଣ୍ଡ ଧୂପ ପରେ ଅଧିବାସ ତା ପରେ ଦ୍ୱିପହର ଧୂପରେ ଠାକୁର ନୂତନ ବସ୍ତ୍ର , ଚନ୍ଦନ, ତୁଳସି ଲାଗି ହେବା ପରେ ଉପଚାର, ଆଳତି ହୋଇଥିଲା । ଗୋଧନବାହୁଡା ଭୋଗ ସଂଧ୍ୟା ଧୂପ, ବଡ ସିଂହାର ଧୂପ ପରେ ପୋଖରିଆ ( ରତ୍ନ ସିଂହାସନ )ତଳ ପୋଛା ଯିବା ପରେ ଭଦ୍ରମଣ୍ଡଳ ପଡିବା ପରେ ଶ୍ରୀକୃ୍‌ଷ୍ଣଙ୍କର ଜନ୍ମବିଧି ସେବାୟତ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଜନ୍ମବିଧି ପରେ ବସୁଦେବ ଜନ୍ମିତ ଶ୍ରୀକୃଷ୍ଣଙ୍କୁ ରୂପାର କୁଣ୍ଡରେ ବସାଇ  ସୃୃଷ୍ଟି କରାଯାଇଥିବା ମନ୍ଦିର ବେଡା ପରିସରରେ କୃତିମ ଜମୁନା ନଦୀକୁ ଯିବା ସମୟରେ ପ୍ରସ୍ତୁତ କରାଯାଇଥିବା କାଳିନାଗ ଜନ୍ମିତ ପ୍ରଭୁ ଶ୍ରୀକୃ୍‌ଷ୍ଣଙ୍କୁ ବର୍ଷାରେ ଓଦା ନ ହେବା ପାଇଁ ଫେଣା ଟେକି ଯମନା ନଦୀ ପାର କରିଥିଲେ  ।  ସେ ସମୟରେ ଯିବା ସମୟରେ ପହରା ଦେଉଥିବା ଉଗ୍ରସେନ ହାତରେ ଧରାପଡିବା ନୀତି ଅନୁଷ୍ଠିତ ହୋଇଥିଲା   । ଉକ୍ତ ନୀତିକାନ୍ତ ସରିବା ପରେ ଠାକୁର କ୍ଷୀରପାନ  କଣ୍ଣବୋଧ ସରିବା ପରେ ଦୋଳିରେ ଝୁଲିଥିଲେ । ଠାକୁରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ୧୦୮ଟି ନଡିଆ ଓ ରାଶିରେ ପ୍ରସ୍ତୁତ କରାଯାଇଥିବା  କୋରା ଭୋଗ ଲାଗି କରାଯିବାର ପରମ୍ପରା ଏବେ ବି ରହିଛି ।  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟତ୍ୱରେ ଥିବା ସତ୍ୟବାଦୀ ତହସିଲଦାର ସନ୍ତୋଷ ପ୍ରାଣିଗ୍ରାହୀ ଙ୍କ ତତ୍ୱବଧାନରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ଗୁରୁବ୍ରାର ଦିନ ନନ୍ଦଉତ୍ସବ ପାଳନ କରାଯିବ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ  ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ପକ୍ଷରୁ ସିଂହଦ୍ୱାର ନିକଟରେ  ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା  ସହିତ ଶ୍ରୀକୃଷ୍ଣଙ୍କର ଜନ୍ମ ପର୍ବ ପାଳନ କରାଯାଇଥିଲା । ଏହି ଅବସରରେ ସାକ୍ଷୀଗୋପିନାଥ ମନ୍ଦିରକୁ ବିଭିନ୍ନ ରଙ୍ଗ ଫୁଲରେ ସଜାଯାଇଛି ।  ଶ୍ରୀକୃ୍‌ଷ୍ଣଙ୍କ ଜନ୍ମ ଉତ୍ସବକୁ ପୁରୀ ଲୋକସଭା  ସଂସଦ ଡ, ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ସହିତ ସେବାୟତ ସଂଘର ସଭାପତି ଅଶୋକ ଖୁଣ୍ଠିଆ  , ସମ୍ପାଦକ ସଂଜୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ଶ୍ରୀକୃଷ୍ଣ ଜନ୍ମ ଉତ୍ସବକୁ ଉଦଘାଟନ କରିଥିଲେ ।   ଏହି ଉତ୍ସବରେ  ବରିଷ୍ଠ ସେବାୟତ, ଯୁବ ସେବାୟତଙ୍କ ସହିତ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେବାୟତ ସଂଘ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା ।  ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନସମାରୋହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା  ।  ସେବାୟତ ସଂଘର ସଭାପତି  , ସମ୍ପାଦକ  ଓ ଅନ୍ୟ କର୍ମକର୍ତ୍ତା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । କାର୍ଯ୍ୟକ୍ରମକଚ ସଂଯୋଜନା କରିଥିଲେ ଆଇନଜୀବୀ ଅଞ୍ଜନ କୁମାର ହୋତା ସହଯୋଗ କରିଥିଲେ ଯୁବ ସେବାୟତ ଆଲୋକ ଖୁଣ୍ଠିଆ । ସେହିପରି ସତ୍ୟବାଦୀର ଐତିହ୍ୟ  ସୁଆଣ୍ଡୋ ଗ୍ରାମରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କୁଳଦେବତା ବିନୋଦବିହାରୀ ଦେବଙ୍କ ଜନ୍ମ ଦିବସ ମହାସମାରୋହରେ ପାଲିତ ହୋଇଯାଇଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୮/୨୦୨୫----୯,୧୦  Sakhigopal News, 15/8/2025

Blog Archive

Popular Posts