Breaking News

ପ୍ରୟାସ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଓ ବିଭାଜନ ବିଭିଶୀକା ଆଲୋଚନା ଚକ୍ର



କଣାସ-- ପ୍ରୟାସ ଅନୁଷ୍ଠାନ ପକ୍ଷରୁ ୭୯ତମ ସ୍ୱାଧିନତା ଦିବସ ଜଙ୍କିଆ ବଜାରସ୍ଥିତ ତାରିଣୀ ପୀଠରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ତାରିଣୀ ପୀଠରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଜଙ୍କିଆ, ମରର୍ଦ୍ଧାପଲ୍ଲୀ, ଚୁପୁରିଙ୍ଗି ଛକ ଦେଇ ବାତ୍ୟା ଆଶ୍ରାୟସ୍ଥଳି ଠାରେ ପହଞ୍ଚିଥିଲା । ଏହା ପରେ ପ୍ରୟାସର ସମସ୍ତ କର୍ମକର୍ତ୍ତମାନଙ୍କୁ ନେଇ ବାତ୍ୟା ଆଶ୍ରୟସ୍ଥଳ ଠାରେ ବିଭାଜନ ଓ ବିଭିଶୀକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରରେ ଛାତ୍ର, ଯୁବକ, କୃଷକ ଓ ମହିଳାମାନେ ଯୋଗଦେଇଥିଲେ । ପ୍ରୟାସର ସଭାପତି କୃଷ୍ଣଚନ୍ଦ୍ର ଜଗଦେବ ବକ୍ତବ୍ୟ ଦେଇ ଭାରତ ବିଭାଜନ ସମୟରେ ଦେଶରେ ହୀନ୍ଦୁମାନଙ୍କର କରୁଣମୟ ସ୍ଥୀୟ ନିର୍ଯ୍ୟାତନା ଓ ସେ ସମୟରେ କ୍ଷମତାରେ ଥିବା ରାଜନୈତିକ ନେତୃତ୍ୱମାନଙ୍କର ଅପାରଗତା, ଅପାରଦର୍ଶିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଜିର ଆଧୁନିକ ବିଶ୍ୱରେ ଭାରତର ଆର୍ଥିକ ସ୍ଥିତିକୁ ନେଇ ବିଦେଶୀ ଶକ୍ତିମାନେ କରୁଥିବା ଚକ୍ରାନ୍ତ ଉପରେ ଆଲୋକପାତ କରିଥିଲେ । ଦେଶର ଏକତା ଓ ଅଖଣ୍ଡତା ରକ୍ଷାକରିବା ସହିତ ଭାରତକୁ ଏକ ବୈଭଶାଳୀ ରାଷ୍ଟ୍ର ଗଠନ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତମାନଙ୍କୁ ସଂଙ୍କଳ୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରୟାସର ପ୍ରମୁଖ କର୍ମକର୍ତ୍ତା ବିଶ୍ୱଜିତ୍ ବଡଜେନା ସଂଚାଳନ କରିବା ଅବସରରେ ସତ୍ୟବାଦୀର ନିରୀହ ନିସ୍ପିସିତ ଜନତାର ସାମାଜିକ, ଆର୍ଥିକ ଓ ରାଜନୈତିକ ଅଧିକାର ସାବ୍ୟସ୍ତ କରିବାପାଇଁ ସଗଠନକୁ ତୃଣମୂଳସ୍ତରରୁ ସୁଦୃଢକରିବାକୁ ଆହ୍ୱାନ ରଖିଥିଲେ । ମେନକା ପ୍ରଧାନ, କିରଣବାଳା ପାଇକରାୟ, ରାମଚନ୍ଦ୍ର ପରିଡା, ସୁରେଶ ପାଲେଟାସିଂହ, ସ୍ୱର୍ଣ୍ଣଲତା ମାର୍ଥା, ମନେଇଁ ବଳବନ୍ତରାୟ, ଧନେଶ୍ୱର ପରିଡା ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ର୍ରିର୍ପୋଟ, ୧୭/୮/୨୦୨୫----୯.୨୫    Sakhigopal News, 17/8/2025

Blog Archive

Popular Posts