Breaking News

କଲ୍ୟାଣୀ ଗୃହରେ ରକ୍ଷା ବନ୍ଧନ ଉତ୍ସବ ପାଳିତ



କଣାସ---  ବଳଭଦ୍ରଙ୍କର ଜନ୍ମ ଦିବସ ପାଳନ ହେବା ସହ ଭଉଣୀମାନଙ୍କର ରକ୍ଷା କବଚ ରାକ୍ଷୀ ପୂର୍ଣ୍ଣୀମା ପାଳିତ ହେଉଛି ଏକ ପବିତ୍ର ବନ୍ଧନ । ରାକ୍ଷୀ ଭାଇ ଭଉଣୀ ଙ୍କର ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ଏକ ସୁନ୍ଦର ସେତୁ । ଏହି ଛୋଟ ଡୋରିରେ ରହିଥାଏ ଭଉଣୀର ଭାଇ ପ୍ରତି ସ୍ନେହ ଓ ସମ୍ମାନ । ରାକ୍ଷୀ ପୂର୍ଣ୍ଣୀମା ଅବସରରେ ସମସ୍ତଙ୍କୁ ନାରୀ ସୁରକ୍ଷାର ସନ୍ଦେଶ ଦେବା ସହ ସଚେତନତା ସୃଷ୍ଟି କରାଗଲେ ଏହା ସାମାଜିକ ପରିବର୍ତନର ଏକ ମାଧ୍ୟମ ହୋଇପାରିବ । ଆଜିର ଏହି ପବିତ୍ର ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ ଦୟା ବିହାରଠାରେ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ କଲ୍ୟାଣୀ ଗୃହରେ ପାଳିତ ହୋଇଯାଇଛି ରକ୍ଷାବନ୍ଧନ ଉତ୍ସବ । ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଉଦ୍ଧାର ହୋଇ କଲ୍ୟାଣୀ ଗୃହରେ ଥିବା ୫୭୯ ଜଣ ମହିଳା ଓ ପୁରୁଷ ମାନସିକ ଅସୁସ୍ଥ ଅନ୍ତେବାସୀ ଉତ୍ସାହର ସହ ଏହି ପର୍ବ ପାଳନ କରିଥିଲେ । ବିଭାଗର ତତ୍ୱାବଧାରକ ନିଗମାନନ୍ଦ ବାରୀକ, ପରିଚାଳନା କରିଥିବାବେଳେ ତପନ ଦାସ, ନୟନ ମୁର୍ମୁ, ମାନସୀ ସାଶମଲ,ସ୍ୱପ୍ନାଶ୍ରୀ ମହାନ୍ତୀ, ଲିପି ପ୍ରଧାନ, ସୁନନ୍ଦା ପାଲଟାସିଂହ, କୁଳନନ୍ଦନ ଜେନା ଓ ପାପୁନୀ ପାଲଟାସିଂହ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ପ୍ରକଳ୍ପ ସଂଯୋଜୋକ କୃଷ୍ଣଚନ୍ଦ୍ର ନିଶଙ୍କ ଏହି ଗଣପର୍ବର ମହତ୍ୱ ସମ୍ବନ୍ଧରେ ଅନ୍ତେବାସୀ ମାନଙ୍କୁ ବାର୍ତ୍ତା ଦେଇଥିଲେ ।

କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୧/୮/୨୦୨୫---୮,୨୫   Sakhigopal News, 11/8/2025


Blog Archive

Popular Posts