ବହୁ ପ୍ରତିକ୍ଷିତ ଗବକୁଣ୍ଡ ନୂଆନଈ ସେତୁ ଉଦଘାଟିତ
ସାକ୍ଷୀଗୋପାଳ --- ପୁରୀ ଜିଲା ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଗବକୁଣ୍ଡ ନୂଆନଈ ବହୁ ପ୍ରତିକ୍ଷିତ ସେତୁକୁ ପୁରୀ ସାଂସଦ ଡ ସମ୍ବିତ ପାତ୍ର, ସତ୍ଯବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ପୁରୀ ବିଧାୟକ ସୁନିଲ ମହାନ୍ତିଙ୍କ ଦ୍ୱାରା ଗୁରୁବାର ଉଦଘାଟିତ ହୋଇଯାଇଛି । ଏହି ସେତୁ ଦ୍ୱାରା ପୁରୀ ସଦର , ସତ୍ଯବାଦୀ , ଗୋପ , ନିମାପଡ଼ା, କୋଣାର୍କ , ସୁବର୍ଣ୍ଣପୁର ପ୍ରମୁଖ ଅଞ୍ଚଳର ୭୦ଟି ପଞ୍ଚାୟତର ଲକ୍ଷାଧିକ ଲୋକ ଉପକୃତ ହେବେ । ନୂଆନଈ ଯୋଗୁ ୬୦ ବର୍ଷ ଧରି ପୁରୀ ସଦର ଅଞ୍ଚଳ ସହିତ ଅନ୍ଯାନ୍ଯ ବ୍ଲକ ର ଭାବଗତ ସଂପର୍କ ବିଚ୍ଛିନ୍ନ ହୋଇ ରହିଥିଲା । ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗକରି ଆସୁଥିଲେ । ଏଠାରେ ନଦୀ ପାର ହେବା ସମୟରେ ୬ ଜଣ ଲୋକ ବୁଡିମରିଥିବାର ନଜିର ରହିଛି। ସେହିପରି ବହୁ ପଶୁ ମଧ୍ଯ ନଦୀ ସ୍ରୋତରେ ଭାସିଯାଇ ମ୍ରୁତ୍ୟୁ ମୁଖରେ ପଡିଛନ୍ତି । ଅତିଥିମାନେ ପହଞ୍ଚି ହଜାର ହଜାର ଲୋକଙ୍କ ଗହଣରେ ହରିବୋଲ ହୁଳହୁଳି ମଧ୍ଯରେ ଅତିଥିମାନେ ନଡିଆ ବାଡେଇ ଫିତା କାଟି ସେତୁକୁ ଜଣସାଧାରଣଙ୍କ ପାଇଁ ଉର୍ସଗ କରିଥିଲେ । ଏହି ସେତୁ ନିର୍ମାଣ ପାଇଁ ଜନସାଧାରଣଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ପୁରୀର ତତକାଳୀନ ବିଧାୟକ ତଥା ପୂତ ବାଚଷ୍ପତି ମହେଶ୍ୱର ମହାନ୍ତିଙ୍କ ପ୍ରଗାଢ ଉଦ୍ଯମରେ ଏହି ବ୍ରିଜ ନିର୍ମାଣ ପାଇଁ ନାବାର୍ଡ ପକ୍ଷରୁ ୨୦ କୋଟିଟଙ୍କା ମଞ୍ଜୁର କରାଇ ଭୂମିପୂଜା କରି ଶୁଭ ଦେଇଥିଲେ । ଆଜି ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ଆବର୍ତ୍ତମାନରେ ସେହି ସେତୁ ଆଜି ୭ବର୍ଷ ପରେ ସଂପୂର୍ଣ୍ଣ ହୋଇ ପାରିଛି । ଏହି ଅବସରରେ ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର , ଜିଲାପରିଷଦ ସଭ୍ଯା ବିଷ୍ଣୁପ୍ରିୟା ବରାଳ , ବରିଷ୍ଠ କଂଗ୍ରେସ ନତା ଶ୍ରୀ ପ୍ରକାଶ ମିଶ୍ର , ପୁରୀ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମିୟ ବାବୁ , ପୁରୀ ବିଭାଗୀୟ ଉପଖଣ୍ଡ ଅଧିକାରୀ ମକର ବେହେରା ଓ ସହକାରୀ ଯନ୍ତ୍ରୀ ମାନେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଚିର ବନ୍ଯା ପ୍ରପିଡୀତ ଓଡ଼ିଶାରେ ବନ୍ଯା ନିୟନ୍ତ୍ରଣ କରିବାପାଇଁ ଏକ ପ୍ରୋଜେକ୍ଟ ଉପସ୍ଥାପନ କରିଥିଲେ । ସ୍ୱାଧୀନତା ପରେ ୧୯୬୨ ମସିହାରେ ଓଡ଼ିଶାର ତତକାଳୀନ ମଖ୍ଯମନ୍ତ୍ରୀ ବିଜୁପଟ୍ଟନାୟକ ବିହାର ଓଡ଼ିଶା ଲାଟ ସଭାରେ ଗୋପବନ୍ଧୁଙ୍କ ଦ୍ୱାରା ଆଗତ ପ୍ରୋଜେକ୍ଟ ଆଧାରରେ ଭାର୍ଗବୀ ନଦୀର ବନ୍ଯା ନିୟନ୍ତ୍ରଣ କରିବାପାଇଁ ଗବକୁଣ୍ଡ କଟ୍ କରିବାକୁ ସ୍ଥିର କରିଥିଲେ । ସମୁଦ୍ର ଠାରୁ ଗବକୁଣ୍ଡ କଟ୍ ର ଦୈର୍ଘ୍ୟ ୧୫ କିମି । ଏହି ପ୍ରୋଜେକ୍ଟ ପାଇଁ ୧୮ କୋଟି ଟଙ୍କା ବ୍ଯୟ ବରାଦ କରିଥିଲେ । କାମ ଆଗେଇ ଚାଲିଥିବା ବେଳେ ରାଜନୈତିକ ଛକାପଞ୍ଝା ଯୋଗୁ କାମ ଧିମେଇ ଯାଇଥିଲା । ଜୋରଜବରଦସ୍ତ କଟ ଯାଗାକୁ କେତେକ ବ୍ଯକ୍ତି ବନ୍ଦ କରିଦେଇଥିଲେ । ୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ଯାରେ ଭାର୍ଗବୀ ନଦୀବନ୍ଧ ଭାଙ୍ଗିବା ଅବସ୍ଥାକୁ ଆସି ଯାଇଥିଲା । ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଜନତା ଗବକୁଣ୍ଡ କଟ୍ ବନ୍ଧ କାଟିବାକୁ ମାଡି ଆସିଥିଲେ । ହେଲେ ଭରା ନଦୀ ବନ୍ଧ କାଟିବାକୁ କେହି ସାହାସ ଜୁଟାଇ ପାରିନଥିଲେ । ତେବେ ରାୟ ଖଣ୍ଡି ଗ୍ରାମର ପହେଲମାନ ହଳୁଆ ଭାଇନା ଫରିକଛାମାରି କୋଦାଳଟିଏ ଧରି ଗବକୁଣ୍ଡ କଟ୍ ବନ୍ଧ ହାଣି ଦେଇ ନିରାପଦରେ ଫେରି ଆସିଥିଲେ । ଉପସ୍ଥିତ ସହସ୍ରାଧିକ ଜନତା ଆନନ୍ଦରେ ହଳୁଆ ଭାଇନାଙ୍କର ପ୍ରଶଂସା କରିଥିଲେ । ସାମ୍ଭାବ୍ୟ ବନ୍ଯାକୁ ଟାଳି ଦେଇଥିବାରୁ ତତକାଳୀନ ବଳଙ୍ଗା ଜଳସଂପଦ ବିଭାଗ ପକ୍ଷରୁ ଖୁସିହୋଇ ହଳୁଆ ଭାଇନାଙ୍କୁ ଗୋଟିଏ ନିଜ ବିଭାଗରେ ଗୋଟିଏ ଚାକିରୀ ଦେଇଥିଲେ । ଆଜକୁ ୪୩ ବର୍ଷ ଧରି ଉଭୟ ପାର୍ଶ୍ୱର ଲୋକମାନେ ବନ୍ଯା ସମୟରେ ନାହିଁ ନଥିବା ଅସୁବିଧା ଭୋଗକରି ଆସୁଥିଲେ । ଏହି ସେତୁ ଯୋଗୁ ଲୋକମାନଙ୍କ ଦୀର୍ଘକାଳ ଧରି ରହିଆସିଥିବା ସମସ୍ଯାର ସମାଧାନ ହୋଇପାରିଛି । ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର କହନ୍ତି ଏହି ସେତୁ ସତ୍ଯବାଦୀ ତଥା ନିମାପଡ଼ା , ଗୋପ , କୋଣାର୍କ , ପୁରୀ ସଦର ଜନସାଧାରଣଙ୍କ ଜୀବନରେଖା ଭାବେ ପରିଗଣିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ସତ୍ଯ ନାରାୟଣ ନାୟକ, ଗୋପାଳ ଚନ୍ଦ୍ର ମିଶ୍ର,ଜ୍ଯୋତିର୍ମୟୀ ରଥ, କମଳାକାନ୍ତ ମିଶ୍ର , ସମିତି ସଭ୍ଯ ସଭ୍ଯା , ବରିଷ୍ଠ ବିଜେପି ନେତା ତଥା ଜୟପୁର ପଞ୍ଚାୟତ ର ସମିତି ସଭ୍ଯ ଦିପକ ଶତପଥୀ , ପୁତ ଜିଲାପରିଷଦ ସଭ୍ଯ ଧ୍ରୁବ ଚରଣ ଦାଶ , ନରହରି ସିଂହ , ବ୍ରଜକିଶୋର ପାଇକରାୟ , ଶଙ୍କର୍ଷଣ ଦାଶ, ଟୁଟୁ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୮/୨୦୨୫---୭,୫୦ Sakhigopal News,14/8/2025