Breaking News

ଶ୍ରୀ ରଘୁନାଥ ଜନସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ, ଜୀବନ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଟଣୀ :-ରଘୁନାଥ ଜନସେବା ଟ୍ରଷ୍ଟ ପକ୍ଷରୁ "ରକ୍ତଦାନ' ଶିବିର ଅନୁଷ୍ଠିତ ହୋଇଯାଇଛି l ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଗ୍ରାମର ଶ୍ରୀ ରଘୁନାଥ ଜନସେବା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ରକ୍ତଦାନ'ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଗ୍ରାମର ବଦାନ୍ୟ ବ୍ୟକ୍ତି ଏବଂ ଯୁବପିଢି ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାର ଦେଖିବାକୁ ମିଳିଥିଲା l ଯାହା ଫଳରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିଲା l ଏହି ରକ୍ତଦାନ ଶିବିରଟି ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଶ୍ରୀ ରଘୁନାଥ ଜନସେବା ଟ୍ରଷ୍ଟର ସମସ୍ତ ସଭ୍ୟ ଏବଂ ସଭ୍ୟା ବୃନ୍ଦ ସହଯୋଗକରିଥିଲେ  l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୮/୨୦୨୫---୯,୪୫ Sakhigopal News,10/8/2025

Blog Archive

Popular Posts