Breaking News

ଭଂଜନଗର ପୋଲିସକୁ ଏକ ସଫଳତା.....ସାତେ ତିନି ଲକ୍ଷ ଟଙ୍କାର ବ୍ରାଉନସୁଗାର୍ ଜବତ, ୩ ଗିରଫ


ଭଞ୍ଜନଗର - ନୟାଗଡ଼ ରୁ ଭଞ୍ଜନଗର କୁ ବ୍ୟାପିଲା, ବ୍ରାଉନ୍ ସୁଗାର୍ କାରବାର । ପ୍ରଥମ ଥର ପାଇଁ ଏଭଳି କାରବାର ନଜରକୁ ଆସିଥିବା ବେଳେ ଆରମ୍ଭରୁ ଚେର ଉପାଡ଼ି ଦେଇଛି ଭଞ୍ଜନଗର ଥାନା ପୋଲିସ । ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ।  ସେମାନଙ୍କ ଠାରୁ ୩୧ ଗ୍ରାମ ବ୍ରାଉନସୁଗାର୍ ସହ ନଗଦ ଟଙ୍କା ଓ ୩ ଟି ମୋବାଇଲ ଜବତ ହୋଇଛି । ପ୍ରଥମଥର ପାଇଁ ଏଭଳି ନିଶା କାରବାର ଧରିବାରେ ସଫଳ ହୋଇଛି ଭଞ୍ଜନଗର ପୋଲିସ । ନୟାଗଡ଼ ଜିଲ୍ଲାରୁ ଭଞ୍ଜନଗର କୁ ଏହି କାରବାର ଚାଲିଥିବା ନେଇ ଗିରଫ ଆସାମୀଙ୍କୁ ଜେରା କରିବା ପରେ ଜାଣିବାକୁ ପାଇଥିଲା ପୋଲିସ । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ନୟାଗଡ଼ ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ରାକେଶ୍ କୁମାର ବେହେରା, ବ୍ରାଉନସୁଗାର୍ ଧରି ଭଞ୍ଜନଗର ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଦେବାପାଇଁ ଆଣିଥିବା ସୂଚନା ପାଇଥିଲା ପୋଲିସ । ନିକଟସ୍ଥ ଜାମପଲ୍ଲୀ ଛକରେ ସଂପୃକ୍ତ ୩ ଜଣ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିବା ବେଳେ,  ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ପେଟ୍ରୋଲିଂ କରୁଥିବା ପୋଲିସ୍ ଟିମ୍ ସେମାନଙ୍କୁ ଯାଞ୍ଚ କରି ଏହି ନିଶାଦ୍ରବ୍ୟ ଜବତ କରିଥିଲେ । ଜବତ ବ୍ରାଉନସୁଗାର୍ ର ଆନୁମାନିକ ମୂଲ୍ୟ ସାଢ଼େ ତିନି ଲକ୍ଷ ଟଙ୍କା ହେବ ବୋଲି, ଭଞ୍ଜନଗର ଥାନା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଏସଡିପିଓ ଡଃ. ଦୀପକ୍ କୁମାର ମିଶ୍ର ଏବଂ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ , ସୂଚନା ଦେଇଛନ୍ତି । ଏନେଇ ଭଞ୍ଜନଗର ଥାନା କେଶ୍ ନମ୍ବର ୯୬୮/୨୫ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୪/୮/୨୦୨୫----୭,୧୦ Sakhigopal News,24/8/2025

Blog Archive