ରକ୍ତଦାନ ଶିବିର, ୪୨ୟୁନିଟ୍ ରକ୍ତ ସଂଗ୍ରହ
କଣାସ --- କଣାସ ବ୍ଲକ ବିନ୍ଧଣ ଗ୍ରାମପଞ୍ଚାୟତରେ ସ୍ଥାପିତ ବିନ୍ଧଣ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷେ ଡିଭାଇନ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏସ୍.ବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଡ. ହିମାଂଶୁ ବେହେରା, ରମଚନ୍ଦ୍ର ଖଟୁଆ, ସନାତନ ସାହୁ, ବିଜିୟ କୁମାର ମହାନ୍ତି, ହମନ୍ତ କୁମାର ବେହେରା ଯୋଗଦେଇ ୪୨ଜଣ ଯୁବକ ଯୁବତୀଙ୍କ ଠାରୁ ୪୨ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ରସ୍ମିରଂଜନ ନାୟକ, ଜୟନ୍ତ ମହାପାତ୍ର, ସୁରେଶ କୁମାର ମହାପାତ୍ର, ସଂଧ୍ୟାରାଣୀ ସାମନ୍ତରାୟ, ଆଶିଷ କୁମାର, ଦେବାଶିଷୀ ରାଉତରାୟ, ଅମ୍ୟରଂଜନ ସ୍ୱାଇଁ ଏହି ରକ୍ତ ଦାନ ଶିବିରକୁ ପରିଚାଳନା କରିଥିଲେ । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ର୍ରିର୍ପୋଟ, ୧୭/୮/୨୦୨୫----୯,୨୫ Sakhigopal News, 17/8/2025