ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
ଭଞ୍ଜନଗର - ନିର୍ମାଣଧୀନ ଘର କାମ ଚାଲିଥିବା ବେଳେ, ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗାଁ ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଶ୍ରମିକ ଜଣକ , ସେହି ଗାଁର ରାଜୀବ ନାଇକ(୨୫) । ଗାଁ ଶେଷରେ ଏକ ଘରର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଉକ୍ତ ଘରର କାର୍ଯ୍ୟ ଚାଲିଥିବା ବେଳେ, ସେହି ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣା ସ୍ଥଳରେ ହିଁ ଶ୍ରମିକ ଭାବେ କାମ କରୁଥିବା ରାଜୀବଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ । ଏନେଇ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି, ଘଟଣାର ତଦନ୍ତ ଚଳାଇଛି ପୋଲିସ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୪/୮/୨୦୨୫----୫,୧୦ Sakhigopal News,14/8/2025