Breaking News

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୂକାରୀଙ୍କୁ ରବିବାର ସକାଳେ ଏକ ବଡ ସଫଳତା ; ବାଘ ଛାଲ ସହ, ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ

ଭଞ୍ଜନଗର ---- ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୂକାରୀଙ୍କୁ ରବିବାର ସକାଳେ ଏକ ବଡ ସଫଳତା ମିଳିଛି ।ବାଘ ଛାଲ ସହ, ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ। ବାଘ ଛାଲ ଚାଲାଣ ପାଇଁ ପୂଜା ଚାଲିଥିବା ବେଳେ ଭଂଜନଗର ଉତ୍ତର ଘୁମୁସର ବନବିଭାଗ କୈାଣସି ସୁତ୍ରରୁ ଖବର ପାଇ  ଚଢାଉ କରିଥିଲା ।  ଗିରଫ ଙ୍କ ମଧ୍ୟରେ ଗଜପତି ଜିଲ୍ଲାର ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସଂପୃକ୍ତ ରହିଛନ୍ତି ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି । ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ ବାଘ ଛାଲ  ଜବତ କରିଛନ୍ତି। ଏଥିସହ ଏହି ମାମଲାରେ ୭ ଜଣକୁ ଅଟକ ରଖ୍ ତଦନ୍ତ ଚାଲିଛି ବୋଲି ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ଠାରୁ ସୂଚନା ମିଳିଛି। ଏହି ଚଢାଉ ସମୟରେ ଏସିଏଫ୍ ବିବେକ କୁମାର ଦାସ, ରେଞ୍ଜର ପୃଥ‌ିବୀ ରାଜ ପ୍ରଧାନ,ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ସୁଜାତା ପଣ୍ଡା ବନପାଳ ଅନୁପ କୁମାର ବିଷୋୟୀ, ଜୀବନ ତ୍ରିପାଠୀ ପ୍ରମୁଖ ଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ଭଞ୍ଜନଗର ଥାନା ଅଧୂକାରୀ ଜିବନାନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ । ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡି ନୂଆଁ ସାହିରୁ ଛାଲ ଟି ଜବତ ହୋଇଥିବା ସୂଚନା ମିଳିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩୧/୮/୨୦୨୫----୧,୨୦ Sakhigopal News,31/8/2025

Blog Archive

Popular Posts