କଣାସ: ଗଣେଶ ଭଷାଣି ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ପ୍ରଶାସନ ପକ୍ଷରୁ ବୈଠକ
କଣାସ-- କଣାସ ବ୍ଲକର କଣାସ କୁଞ୍ଜେଶ୍ୱରୀ ବଜାର, ବାଲିଘାଇ ଛକ, କଣାସ କୃଷ୍ଣନଗର, ଗୋଲାବଜାର, ଭାଟପଡା, ବ୍ଲକ ବଜାର, ନୂଆଦୋକନ୍ଦା, ଡିମିରି, କଣାସ ଗ୍ରାମ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହଉଥିବା ଗଣେଷ ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ଗୋଟିଏ ମିଳିତ ଭାବେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ ସେଥି ପାଇଁ ଆଜି କଣାସ ପଞ୍ଚାୟତ ସମିତି ସଭାଗୃହରେ କଣାସ ଥାନା ଆଇ.ଆଇ.ସି ପ୍ରଶନ୍ନ କୁମାର ନାୟକଙ୍କ ତତ୍ୱବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଣାସ ମଣ୍ଡଳ ଉନ୍ନୟନ ଅଧିକାରୀ ସୌମ୍ୟରଂଜନ ସ୍ୱାଇଁ, କଣାସ ଅଗ୍ନିଶ୍ରମ କାର୍ଯ୍ୟାଳୟର ଅଧିକାରୀ ରଘୁନାଥ ସାହୁ ଯୋଗଦେଇଥିଲେ । ଏହି ଭଷାଣି ଉତ୍ସବ ଗୋଟିଏ ଦିନରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଦୋକନ୍ଦା ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତପନ ସୁନ୍ଦରାୟ ଦୀର୍ଘ ଦିନ ହେଲା ପ୍ରଚେଷ୍ଟା ଚଳାଇଛନ୍ତି । ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହେବାପାଇଁ ଏକ କମିଟି ଗଠନ କରାଯାଇଥିଲା । କଣାସ ସରପଞ୍ଚ ଭଗବାନ ସୁବୁଦ୍ଧି ସଭାପତି, ଦୋକନ୍ଦା ସରପଞ୍ଚ ଈଶ୍ୱର ହରିଚନ୍ଦନ ଉପସଭାପତି, କଣାସ ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସୁସିଲ୍ ରାଉତ, ସମାଜସେବୀ ସୁକାନ୍ତକିଶୋର ସାମନ୍ତରାୟ, ତପନ ସୁନ୍ଦରାୟ, ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ତ୍ରିପାଠି ମନୋନିତ ହୋଇଥିବା ବେଳେ ସମସ୍ତ ପୂଜା କମିଟିର ସଭାପତି, ସିରେଇ ସରପଞ୍ଚ ପ୍ରତିନିଧି ଦେବଦତ୍ତ ପରିଡା ସଦସ୍ୟ ଭାବେ ମନୋନିତ ହୋଇଥିଲେ । ଆସନ୍ତା ୨ତାରିଖ ଦିନ ଭଷାଣି ଉତ୍ସବ ଅନୁଷ୍ଠିତ ହେବାପାଇଁ ବୈଠକରେ ନିଷ୍ପତି କରାଯାଇଥିଲା । କମିଟିର କର୍ମକର୍ତ୍ତାମାନେ ବସି କେଉଁ ଠାରୁ ମେଢ ବାହାରିବ ଏବଂ କେଉଁ କେଉଁ ବାଟଦେଇ ନଦୀରେ ବିର୍ଶଯନ ହେବ ଯେପରିକ ି ଜନସାଧାରଣଙ୍କ କୌଣସି ଅସୁବିଧା ନ ହେବ ସେଥିପାଇଁ ପୁନଶ୍ଚ ବୈଠକ ବିସି ସ୍ଥିର କରାଯିବାପାଇଁ ବୈଠକରେ ନିଷ୍ପତି ହୋଇଛି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୩୧/୮/୨୦୨୫--- Sakhigopal News, 31/8/2025