Breaking News

ଦଣ୍ଡା ନାଳା ପୋତି ହୋଇପଡିଥିବାରୁ ବ୍ୟାକ ଫସଲ କ୍ଷତିଗ୍ରସ୍ତ

 


କଣାସ ---  କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ପ୍ରଗତି ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଥିବା ବେଳେ କଣାସ ବ୍ଲକରେ ପ୍ରବାହିତ ହେଉଛି ମଲାଗୁଣି ନଦୀ । କାଶିପୁର ନିକଟରୁ ଡାହଣ ପଟକୁ ଦଣ୍ଡା ନାଳ ଦିବ୍ୟସିଂହପୁର, ଦେଇପୁର, ଗଡଖାଦର ଦେଇ ଖଡିକା ନାଳରେ ମିଶିଥିଲା । ଦୀର୍ଘ ବର୍ଷ ହେଲା ନାଳଟି ସଂପୂର୍ଣ୍ଣ ପୋତି ହୋଇପଡିଥିବାରୁ ଜଳ ସେଚନ ଓ ଜଳ ନିଷ୍କାସନ ପାଇଁ ବାଟ ନ ଥିବାରୁ ଚାଷୀମାନେ ବର୍ଷା ଦିନେ ଶାରଦ ଧାନ ଫସଲ ହରାଉଥିବା ବେଳେ ଖରାଦିନେ ଜଳ ସେଚନର ସୁବିଧା ନ ଥିବାରୁ ରବି ଚାଷରୁ ମଧ୍ୟରୁ ବଞ୍ଚିତ ହେଉଛନ୍ତି । ଚାଷୀମାନେ ବାରମ୍ବାର ବିଧାୟକଙ୍କ ନିକଟରେ ଅଭିଯୋଗ କରିବାରୁ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ଡ୍ରେନେଜ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପୋତି ହୋଇପଡିଥିବା ନାଳକୁ ପରିର୍ଦଶନ କରି ଫେରିଯାଇଛନ୍ତି । ଏହି ନାଳ ଦେଇ ଖୋର୍ଦ୍ଧା ଜିଲ୍ଲାର ପାହାଡିଆ ଅଂଚଳର ବର୍ଷା ଜଳ ନିଷ୍କାସନ ହେଉଥିବାରୁ ଚାଷୀମାନଙ୍କର ଫସଲ ନଷ୍ଟ ହେଉଛି । ଯୁଦ୍ଧକାଳିନୀ ଭିତିରେ ନାଳା ଖନନ କରାଯିବା ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି । କଣାସରୁ ସୁଜିତ କୁମାର ତ୍ରିପାଠୀ , ୩୧/୮/୨୦୨୫---୭,୨୫   Sakhigopal News, 31/8/2025

Blog Archive

Popular Posts