କଣାସ ଗାନ୍ଧୀ ବିଶ୍ୱନାଥ ପରିଡାଙ୍କ ଜୟନ୍ତୀ ପାଳନ
କଣାସ --- କଣାସ ବ୍ଲକ ସିରେଇ ଗ୍ରାମପଞ୍ଚାୟତର ସିରେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ବ୍ରହ୍ମଗିରିର ପୂର୍ବତନ ବିଧାୟକ କଣାସ ଗାନ୍ଧୀ ବିଶ୍ୱନାଥ ପରିଡାଙ୍କ ୧୩୦ତମ୍ ଜୟନ୍ତୀ ତାଙ୍କ ନିଜ ଗ୍ରାମ ସିରେଇ ଓ ତାଙ୍କ ନିଜ ନାମରେ ପ୍ରତିଷ୍ଠିତ ବିଶ୍ୱନାଥ ସ୍ମୃତି ବିଦ୍ୟାନିକେତନରେ ଗତକାଲି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଗହଣରେ ପାଳିତ ହୋଇଯାଇଛି । ସଭାପତି ଭାବେ ସମାଜସେବୀ ସୁକାନ୍ତ କିଶୋର ସାମନ୍ତରାୟ, ମୁଖ୍ୟ ଅତିଥି ଭାବେ ଇଂଞ୍ଜିନିୟର ଦେବଦତ ପରିଡା ଯୋଗଦେଇ ଦିବ୍ୟଂଗତ୍ ମହାମନିଷୀଙ୍କ ଆଜୀବନ ଦେଶ ସେବାର ଜୀବନିର ସ୍ମୃତିଚାରଣ କରିଥିଲେ । ତାଙ୍କ ଆର୍ଦ୍ଦଶରେ ଅନୁପାଣିତ ହୋଇ ପ୍ରତେକ ଛାତ୍ରଛାତ୍ରୀ ସମାଜସେବାରେ ନିବୃତ ହେବାପାଇଁ ଅତୀଥିମାନେ ପରାମର୍ଶ ଦେଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୯/୮/୨୦୨୫---୮,୨୫ Sakhigopal News, 189/8/2025