Breaking News

କମିଶନରେଟ ପୁଲିସ ପକ୍ଷରୁ ଜଟଣୀ ଗଣେଶପୂଜା ପାଇଁ ପ୍ରସ୍ତୁତି ବୈଠକ; ୨୭ରେ ଗଣେଶ ପୂଜା ୭ ରେ ଭସାଣି


ଜଟଣୀ :ପବିତ୍ର ଗଣେଶ ପୂଜା ଉତ୍ସବ ଜଟଣୀର ଅନ୍ୟତମ ସାଂସ୍କୃତିକ ଓ ଭାଇଚାରାର ଉତ୍ସବ । ପୂଜା ପାଖେଇ ଆସିଲେ ଚଳ ଚଞ୍ଚଳ ହୋଇଉଠେ ସମଗ୍ର ସହର l ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଇନ୍ଦୁ ପୂର୍ଣିମା ଦିନ ବିଭିନ୍ନ ଥାନରେ ପୂଜା ପାଉଥିବା ଠାକୁର ମାନେ ବିସର୍ଜନ ହୁଅନ୍ତି l ଜଟଣୀ ଗଣେଶ ପୂଜାର ଅନ୍ୟତମ ବିଶେଷତଃ ହେଲା ଏଠାରେ ଗଶେଶଙ୍କ ସହ ମା ଲକ୍ଷ୍ମୀ ଓ ସରସ୍ଵତୀ ଏକତ୍ର ପୂଜା ପାଆନ୍ତି l ଏଥି ସହ ଭିନ୍ନଭିନ୍ନ ମଣ୍ଡପରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ l ଦୀର୍ଘ ଦଶଦିନ ଧରି  ଛୋଟ ବଡ଼ ହୋଇ ୧୦୦ ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଥିଲେହେଁ ସ୍ୱୀକୃତି ପ୍ରାପ୍ତ ୧୮ଟି ବଜାର କମିଟିର ମଣ୍ଡପ ଗୁଡିକୁ ପ୍ରାଧ୍ୟାହ୍ନ ଦିଆଯାଇଥାଏ l ଏହି ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ପରିସରରେ ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ସଂଯୋଜନାରେ ଜୋନ ତିନି ଏସିପି ତାପସ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଡିସିପି ସଞ୍ଜୟ ମହାପାତ୍ର ଯୋଗଦେଇ ଆଇନ ପରିଧି ମଧ୍ୟରେ ରହି ପୂଜା ଉତ୍ସବ ପାଳନ କରିବା ପାଇଁ ସମସ୍ତ ବଜାର କମିଟି ମୁଖ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ l ସେହିପରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଅତି ଉଚ୍ଚ ଶବ୍ଦ ଯୁକ୍ତ ଡିଜେ ବାଜିବା ନିଷେଧ ଉପରେ ଗୁରୁତ୍ୱାରୋପ କରିଥିଲେ l ଏହିପରି ଏସିପି ଶ୍ରୀ ପ୍ରଧାନ ପୂର୍ବରୁ ଯେଉଁଭଳି ଭାବେ ପରମିସନ ପାଇଁ ଥାନାରେ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ଅଛି ସେହିଭଳି କରାଯିବ ବୋଲି ମତବ୍ୟକ୍ତ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ପ୍ରୀତିପର୍ଣ୍ଣା, ପୌର ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବିଡ଼ିଓ ବସନ୍ତ କୁମାର ହାତୀ, ନଗରପାଳ ଅନନ୍ତ ବେହେରା ଓ ବ୍ୟବସାୟୀ ମହାସଂଘର ସଭାପତି ସୁଦର୍ଶନ ସୁନ୍ଦରାୟ ମଞ୍ଚାସିନ ଥିଲେ l ଏଥି ସହିତ ୱାଟକୋ ଅଧିକାରୀ, ବିଦ୍ୟୁତ ବିଭାଗ, ଆରପିଏଫ ଅଧିକାରୀ ଅଧିକାରୀ,ପୂର୍ତ୍ତବିଭାଗ ଯନ୍ତ୍ରୀ ଓ ଅଗ୍ନିଶମ ବିଭାଗ ଓ ଅବକାରୀ ଅଧିକାରୀ, ଭସାଣି କମିଟି ଅଧକ୍ଷ ସଂଗ୍ରାମ କେଶରୀ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ଥାନାଧିକାରୀ ଶ୍ରୀ ବିଶ୍ୱାଳ ପୂଜା ଉତ୍ସବ ଏଗାରଦିନ ଧରି ସମସ୍ତ ପୂଜା ମଣ୍ଡପ ସମୁଖରେ ସିସି କ୍ୟାମେରା, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ଏବଂ ଆବଶ୍ୟକ ସ୍ଥଳେ ସିକ୍ୟୁରିଟି ବ୍ୟବସ୍ଥା ଆଦି ବାଧ୍ୟତା ମୂଳକ କାର୍ଯ୍ୟକାରୀ କରାଯିବା ପାଇଁ ସୂଚନା ଦେବା ସହିତ ଉପସ୍ଥିତ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୮/୨୦୨୫----୮,୧୦ Sakhigopal News,19/8/2025

Blog Archive

Popular Posts