ୟୁବି ହାଇସ୍କୁଲରେ ହର୍ ଘର୍ ତ୍ରିରଙ୍ଗା ଅନୁଷ୍ଠିତ
ଭଞ୍ଜନଗର : --- ସ୍ଥାନୀୟ ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଏନ୍ ସି ସି (ଆର୍ମୀ ଉଇଙ୍ଗ୍) ସେକେଣ୍ଡ ଅଫିସର ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ " ହର୍ ଘର୍ ତ୍ରିରଙ୍ଗା " କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ ଏନ୍ ସି ସି କ୍ୟାଡେଟ୍ ଅଗ୍ରଗାମୀ ବାର୍ତ୍ତାବହ ଭାବରେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ରଥ ଓ ଶିକ୍ଷକ ଉମାକାନ୍ତ ନାହାକ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ପ୍ରଥମଭାଗରେ ତ୍ରିରଙ୍ଗା ପତାକାର ମହତ୍ତ୍ୱ ଓ ଭାରତୀୟତା ସଂପର୍କିତ ଆଲୋଚନା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ନାରଙ୍ଗୀ, ଶୁଭ୍ର ଏବଂ ସବୁଜ ରଙ୍ଗର ପୋଷାକ ପରିଧାନ କରି ଏପରି ଏକ ଆକାରରେ ଠିଆ ହୋଇଥିଲେ ଯେପରି କିଛି ଉଚ୍ଚତାରୁ ଦେଖିଲେ ଏକ ଭାରତ ମାନଚିତ୍ର ଭଳି ପ୍ରତୀତ ହେଉଥିଲା । ତତ୍ପରେ ସମସ୍ତଙ୍କୁ ସାମାନ୍ୟ ଜଳପାନ ବଣ୍ଟନ କରାଯାଇଥିଲା । ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ସୁନିଲ୍ ବେହେରା, କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗାକଲ୍ଯାଣୀ କହଁର, ବିଭୁ ମହିମା ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ନାୟକ , ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ମେମ୍ବରଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୩/୮/୨୦୨୫---୬,୪୦ Sakhigopal News,13/8/2025