ସାକ୍ଷୀଗୋପାଳରେ ସବୁଟି ଉଡିଲା ତ୍ରିରଙ୍ଗା
ସାକ୍ଷୀଗୋପାଳ---- ସତ୍ୟବାଦୀରେ ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ରେଳୱ, ଅଗ୍ନିଶମ, ବକଳୁବନ, ପଞ୍ଚସଖାପୀଠ, ମନ୍ଦିର କାର୍ଯ୍ୟାଳୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କ୍ଳବ ଘର , ପ୍ରେସ କ୍ଳବ ସାକ୍ଷୀଗୋପାଳ, କୃଷି ବିଭାଗ, ଆତ୍ମା, କାଦୁଆ ଆଶ୍ରମ, ଉଦ୍ୟାନ ବିଭାଗ. ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି, ଯୋଗ ସମିତି , ବକୁଳବନ ପଞ୍ଚସଖା ମଣ୍ଡପ, ସୁଆଣ୍ଡୋ ଆଦି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ବ୍ଳକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଜାତୀୟ ପତକା ଉତ୍ତୋଳନ କରି ସମସ୍ତେ ସବୁକଥାକୁ ଭୁଲିଯାଇ ଦେଶ ଓ ଜାତି ପାଇଁ ଏକ ହୋଇ କାମ କରିବାକୁ ସେ ଆହ୍ୱନ ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ଜନପ୍ରତିନିଧି ଓ ବ୍ଳକର ର୍କମଚାରୀ ମାନେ ଉପସ୍ଥିତ ରହିଥିଲେ । ତହସିଲ କାର୍ଯ୍ୟାଳୟରେ ତହସିଲଦାର ସନ୍ତୋଷ ପ୍ରାଣିଗ୍ରାହୀ ପତକା ଉତ୍ତୋଳନ କରିବା ସହିତ ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂତ୍ତି;ରେ ମାଲ୍ୟର୍ପଣ କରିଥିଲେ । ସେଠାରେ ଅତିରିକ୍ତ ମନ୍ଦିର କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସହିତ ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ଥାନାରେ ଭାରପ୍ରାପ୍ତ ଅଧିକାରୀ ବିଜୟ କେତନ ବେହେରା ପତକା ଉତ୍ତୋଳନ କରିଥିଲେ । ସେହିପରି କୋଶେଲେଶ୍ବର ମହାଦେବ ଙ୍କ ଛକ ନିକଟରେ ପୟାସ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କୃଷ୍ଣଚନ୍ଦ୍ର ଜଗଦେବ ପତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାନର ବିଭିନ୍ନ କର୍ମକର୍ତ୍ତା ମାନେ ଉପସ୍ଥିତି ରହିଥିଲେ
ଗ୍ରାମ କୃଷି ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହନ୍ତାସିଂ ପତାକା ଉତ୍ତୋଳନ କରିଥିଲେ । ସତ୍ୟବାଦୀ ବ୍ଳକର ଲୋକକଳା ଗ୍ରାମ ବାଉଁଶବାଡିରେ ମା କ୍ଷେତ୍ରପାଳ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟୁ ପରିଷଦ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସେହିପରି ସତ୍ୟବାଦୀ ପତଞ୍ଜଳି ଯୋଗ ପରିବାରର ସଭାପତି ପ୍ରହଲ୍ଲାଦ ଘଟୁଆରୀ ପତାକା ଉତ୍ତୋଳନ କରିଥିଲେ । ସେହିପିର ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟତ୍ୱରେ ଥିବା ସତ୍ୟବାଦୀ ତହସିଲଦାର ସନ୍ତୋଷ ପ୍ରାଣିଗ୍ରାହୀ ପତାକା ଉତ୍ତୋଳନ କରିଥିଲେ । ଅଗ୍ନିଶମ, ଜଳସେଚନ, ପୂର୍ତ୍ତବିଭାଗ, କାଦୁଆଠାରେ ଥିବା ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ , ବିଦ୍ୟୁତ ବିଭାଗ, ଚନ୍ଦନପୋଖରି ଉପରେ ଥିବା ଷ୍ଟାର ଆଣ୍ଡ ଷ୍ଟାଇଲି କ୍ଳବ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ବିଜେପି ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଜୟପୁର ସମିତିସଭ୍ୟ ଦୀପକ ଶତପଥି ଓ ଅନ୍ୟ ମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଏନସିସି ଓ ସ୍କାଉଟ ଗାଇଡି ପିଲା ମାନଙ୍କ ସହିତ ଅନ୍ୟ ପିଲା ମାନେ ପ୍ୟାରେଡ କରି ବଜାର ଦେଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ସେହିପରି ବାସୁକେରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ପିଲା ମାନେ ବିଭିନ୍ନ ବେଶ ହୋଇ ପ୍ୟାରେଡରେ ବଜାର ପରିକ୍ରମା କରିଥଲେ । ଏ ବର୍ଷ ରାଜ୍ୟ ସରକାରଙ୍କ ନିସ୍ପତିକ୍ରମେ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହିତ କର୍ମଚାରୀ ମାନେ ହାତରେ ତ୍ରରଙ୍କା ପତାକା ଧରି ବିଭିନ୍ନ ସ୍କୋଗାନ ଦେଇ ବଜାର ପରିକ୍ରମା କରିଥିଲେ ଯାହାକି ସବୁଠାରୁ ବଡ ଆକର୍ଷଣ ସାଜିଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୮/୨୦୨୫----୪,୨୫ Sakhigopal News, 15/8/2025