ୟୁ ବି ହାଇସ୍କୁଲ ଏନ୍ ସି ସି ଆର୍ମୀ ଜୁନିଅର ଚାମ୍ପିଅନ
ଚଳିତ ବର୍ଷ ଖୁବ୍ ଜାକଜମକରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ୍ , ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ । ଏହି ଉତ୍ସବରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପଖଣ୍ଡ ସ୍ତରୀୟ ପ୍ୟାରେଡ୍ର ରେ ଅଭିବାଦନ ଗ୍ରହଣ କରିଥିଲେ। ଉକ୍ତ ପ୍ୟାରେଡରେ ଭଞ୍ଜନଗର କଲେଜ୍ ଆର୍ମୀ, ନାଭାଲ୍ , ୟୁ ବି ହାଇସ୍କୁଲ ଆର୍ମୀ,ନାଭାଲ୍ , ଏୟାର୍ ଓ୍ବିଙ୍ଗ , ଉପେନ୍ଦ୍ର ଭଞ୍ଜ ସ୍କାଉଟ୍ , ଗାଇଡ୍ ସମେତ ମୋଟ ୨୩ ଟି ଦଳ ଯୋଗଦେଇ ଥିଲେ। ପ୍ୟାରେଡ୍ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ପରିଶେଷରେ ପ୍ୟାରେଡ୍ ର ପୁରସ୍କାର ବଣ୍ଟନ କରାଯାଇଥିଲା । ଏଥିରେ କଲେଜ୍ ଆର୍ମୀ,ନାଭାଲ୍ ସିନିଅର ଡିଭିଜନର ପୁରସ୍କାର ଜିତିଥିଲେ। ଜୁନିଅର ଚାମ୍ପିଅନ ହୋଇଥିଲେ ୟୁ. ବି. ହାଇସ୍କୁଲ ଏନ୍ ସି ସି ଆର୍ମୀ ଓ୍ବିଙ୍ଗ୍ , ନାଭାଲ୍ ଟ୍ରୁପ୍ ରନର୍ ହୋଇଥିଲେ ଏବଂ ଉପେନ୍ଦ୍ର ଭଞ୍ଜ ଗାଇଡ୍ ଟ୍ରୁପ୍ ସ୍କାଉଟ୍ ରନର୍ ଭାବରେ ପୁରସ୍କୃତ ହୋଇଥିବାର ଜଣାପଡିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୬/୮/୨୦୨୫---୬,୨୦ Sakhigopal News,16/8/2025