କଣାସ ରେ ବର୍ଷା ଅଭାବରୁ ଧାନଜମି ପଡିଆ
କଣାସ --- ଚଳିତ ବର୍ଷ ପାଣିପାଗର ଅନିୟମିତତା ଯୋଗୁଁ ବର୍ଷା ପରିମାଣ କମ ହେବା ଯୋଗୁଁ ଶାରଦ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଧା ଚାଷୀମାନେ ଧାନ ରୁଆରୋଇ କାର୍ଯ୍ୟ ପାଣି ଅଭାବ ଯୋଗୁ କରିନଥିବାରୁ ହାତବାନ୍ଧି ବସି ରହିଛନ୍ତି । ଯେଉଁ ଅଂଚଳରେ ଜଳସେଚନ ସୁବିଧା ପାଇଁ କେନାଲ୍ମାନ ନିର୍ମାଣ କରାଯାଇଛି ସେହି ଅଂଚଳରେ ଥିବା କେନାଲ୍ରେ ଜଳ ଯୋଗାଣ ହେଉନଥିବାରୁ ଚାଷୀମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । କଥାରେ ଅଛି ଧାରା ଶ୍ରାବଣରେ ମାସ ସାରା ବର୍ଷା ଅତ୍ୟାଧିକ ହୁଏ ଯାହା ଦ୍ୱାରା କି ଚାଷୀମାନଙ୍କର ଧାନରୁଆରୋଇ କାର୍ଯ୍ୟ ଶେଷ କରିଦେଇଥାଏ । କିନ୍ତୁ ଚଳିତ ବର୍ଷ ଧାରାଶ୍ରାବଣରେ ମାସ ସାରା ବର୍ଷା ନ ହୋଇ ଖରା ହେବାରୁ ଜମି ସବୁ ଶୁଖି ଆଁ କରିଛି ଏବଂଂ ବର୍ଷା ନ ହେବାରୁ ଅନେକ ଧାନ ଜମିରେ ମୁଥା, ଚରିରୁଡି ବଣ ମାଡି ଗଲାଣି । ଯାହା ଦ୍ୱାରା କି ଚାଷୀମାନେ ଏଗୁଡିକୁ ସାଧିୟ କରିବା ପାଇଁ ନାକେଦମ ହେବେ । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୫/୮/୨୦୨୫---୯.୨୫ Sakhigopal News, 15/8/2025