ଆସ ସ୍କୁଲ ଯିବା ବିଦ୍ୟାଳୟ ସ୍ତରୀୟ ସଚେତନତା ପଦଯାତ୍ରା
କଣାସ --- ବିଦ୍ୟାଳୟ ରୁ ବାହାରେ ରହି ଯାଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁନଶ୍ଚ ବିଦ୍ୟାଳୟକୁ ଫେରାଇ ଆଣିବା ଲକ୍ଷ୍ୟରେ ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହେଉଥିବା ଆସ ସ୍କୁଲ ଯିବା କାର୍ୟ୍ୟକ୍ରମ ପୁରୀ ଜିଲ୍ଲା କଣାସ ବ୍ଲକ ରେ ଫଳପ୍ରଦ ହେଉଥିବା ପରି ଲିଖିତ ହେଉଛି। ଜିଲ୍ଳା ଶିକ୍ଷା ଅଧିକାରୀ ଦୀପକ କୁମାର ପାରୀ ଙ୍କ ନିର୍ଦ୍ଦେଶ କ୍ରମେ କଣାସ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଣାସ ବ୍ଲକ ରେ ପରିଚାଳିତ ଏହି କାର୍ୟ୍ୟ କ୍ରମରେ ଶିକ୍ଷାବିତ୍ ଓ ଲୋକ ପ୍ରତିନିଧିମାନେ ଅଂଶ ଗ୍ରହଣ କରି ବିଦ୍ୟାଳୟ ଛାଡ଼ୁ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆଣିବାପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ୧୮ ବର୍ଷ ପର୍ୟ୍ୟନ୍ତ ବିଭିନ୍ନ ସମସ୍ୟା ଯୋଗୁଁ ବିଦ୍ୟାଳୟ ଛାଡୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ,ବିଦ୍ୟାଳୟ, କ୍ଲଷ୍ଟର୍ ତଥା ବ୍ଲକ୍ ସ୍ତରୀୟ ଆସ ସ୍କୁଲ ଯିବା କମିଟିର ସଦସ୍ୟ ସଦସ୍ୟମାନେ ସଭା,ପଦଯାତ୍ରା ମାଧ୍ୟମରେ ଅଭିଭାବକ ମାନଙ୍କୁ ସଚେତନ କରାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏହି ବ୍ଲକ୍ ଅନ୍ତର୍ଗତ ଗଡବଡପୁଟ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରାରେ ସ୍ଥାନୀୟ ସରପଞ୍ଚ ଶ୍ରୀୟଙ୍କା ଗୁମାନ ସିଂହ , ସି ଆର ସି ସି ଭୂପତି ତ୍ରିପାଠୀ,ପରିଚାଳନା କମିଟି ସଭାପତି ବିରାଟ ବଳିୟାର ସିଂହ ପ୍ରମୁଖ ଗଡ଼ବଡପୁଟ ଗ୍ରାମ ପରିଭ୍ରମଣ କରି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ପୀତବାସ ବରାଳ,ପୀତବାସ ସୁନା, ବୀରବର ବେହେରା,ନୀଳମାଧବ ସ୍ୱାଇଁ ସୂର୍ୟ୍ୟ ନାରାୟଣ ସେଠୀ,ଶେଷଦେବ ବେହେରା ଓ ଦିପ୍ତିମୟୀ ସାହୁ ପ୍ରମୁଖ ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। କଣାସରୁ ସୁଜିକ କମାର ତ୍ରିପାଠୀଙ୍କ ରିର୍ପୋଟ, ୨୫/୮/୨୦୨୫-୧୨,୧୦ Sakhigopal News, 25/8/2025