Breaking News

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ସତ୍ୟବାଦୀ ଦିବସ ପାଳିତ


ସାକ୍ଷୀଗୋପାଳ----  :  ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦ୍ବିତୀୟ ଥର ପାଇଁ "ସତ୍ୟବାଦୀ ଦିବସ-୨୦୨୫" ପାଳିତ ହୋଇଯାଇଛି। ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠା ଦିବସ ତିଥିକୁ ଉତ୍ତର ପିଢ଼ିଙ୍କ ପାଖରେ ପୁନର୍ଜୀବିତ କରିବା ପାଇଁ ଏହି "ସତ୍ୟବାଦୀ ଦିବସ"ର ସ୍ବତନ୍ତ୍ର ପରିକଳ୍ପନା।  ଏହି ଦିବସ ଉପଲକ୍ଷେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମ୍ପାନ ଅନୁଷ୍ଠିତ ହୋଇଥିଲା। ପରେ କୁଳପତି, ଅତିଥି ଓ ଅଧ୍ୟାପକଙ୍କ ଦ୍ବାରା ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କବି ତଥା ସମାଲୋଚକ ଡ. ଶତ୍ରୁଘ୍ନ ପାଣ୍ଡବ  ନିଜ ବକ୍ତବ୍ୟ ମାଧ୍ୟମରେ ଗୋପବନ୍ଧୁଙ୍କ କବିତାର ଅଭିବ୍ୟକ୍ତି ଛଳରେ ଖଣ୍ଡ କାବ୍ୟ ଧର୍ମପଦ, କାରାକବିତା, ନଚିକେତା ଉପାଖ୍ୟାନ ପ୍ରଭୃତି ସଂକଳନ ଉପରେ ବିସ୍ତୃତ ଭାବରେ ଚର୍ଚ୍ଚା କରିଥିଲେ। ଏପରିକି ଗୋପବନ୍ଧୁଙ୍କ ଉପରେ ନିଜେ ଲେଖିଥିବା କିଛି କବିତା ପଢ଼ି ଛାତ୍ରଛାତ୍ରୀଙ୍କୁ ଶୁଣାଇ ଉତ୍ସାହିତ କରିଥିଲେ ।  ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ ଯୁବ ସାହିତ୍ୟିକ ତଥା ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡ. ଜ୍ଞାନୀ ଦେବାଶିଷ ମିଶ୍ର ଗୋପବନ୍ଧୁଙ୍କ ଗଦ୍ୟ - ଭାବ ଓ ଶିଳ୍ପଦୃଷ୍ଟି ଉପରେ ନିଜ ଅଭିଭାଷଣ ପ୍ରଦାନ ସହିତ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଆଧ୍ୟାତ୍ମିକ ତଥା ସମସ୍ୟାର ସ୍ବର ସହିତ ସମ୍ଭାବନାର ବାଟ ଗୋପବନ୍ଧୁଙ୍କ ଗଦ୍ୟରେ କିଭଳି ଛତ୍ରେଛତ୍ରେ ପ୍ରତିଫଳିତ ହୋଇଛି ତାହାର ବ୍ୟାଖ୍ୟା କରିଥିଲେ । କୁଳପତି ପ୍ରଫେସର ପ୍ରଧାନ ନିଜ ସଭାପତି ଅଭିଭାଷଣରେ ଗୋପବନ୍ଧୁଙ୍କ ସାହିତ୍ୟର ଦର୍ଶନକୁ ଗଭୀର ଅଧ୍ୟୟନ ଦ୍ବାରା କେବଳ ବୁଝିବା ସମ୍ଭବ ବୋଲି ପ୍ରକାଶ କରିଥିଲେ। ଆଦର୍ଶ ମଣିଷ, ସୁସ୍ଥ ସମାଜ ଓ ଉନ୍ନତ ଦେଶର ପରିକଳ୍ପନା କେବଳ ଉତ୍କଳମଣିଙ୍କର ରହିଥିଲା । ଅଧ୍ୟାପିକା ଡ. ଶର୍ମିଷ୍ଠା ମହାପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ଉକ୍ତ ସମ୍ପାନରେ  ଶ୍ରୀ ନାରାୟଣ ପ୍ରସାଦ ବେହେରା, ଡ. ଶୁଭେନ୍ଦୁ ପରିଡ଼ା, ଡକ୍ଟର ସଙ୍ଗୀତା ଜେନା, ଡ. ଶୁଭସ୍ମିତା ନାୟକ, ଡ. ସସ୍ମିତା ଜେନା, ଡ. ମୋନାଲି ଚ୍ୟାଙ୍ଗ, ଡ. ପ୍ରୀତିସୀମା ସ୍ବାଇଁ, ଶ୍ରୀ ବିଜୟ ମିଶ୍ର ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀ ତଥା ତିନି ବିଭାଗର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଉଭୟ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ବିଶ୍ୱବିଦ୍ୟାଳୟ ପାଠାଗାର ନିମନ୍ତେ ସ୍ବରଚିତ ପୁସ୍ତକଗୁଡ଼ିକୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ପରିଶେଷରେ ପ୍ରାଧ୍ୟାପକ ଡ. ରାଧାଗୋବିନ୍ଦ କୁଇଲା ଉପସ୍ଥିତ ଅତିଥି, ଆଲୋଚକ ତଥା କର୍ମକର୍ତ୍ତାଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୮/୨୦୨୫---୬,୫୦  Sakhigopal News,13/8/2025

Blog Archive