କଣାସରେ ଗଜାନନ ପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
କଣାସ --- କଣାସ ବଜାର ଓ ଆଖାପାଖ ଗ୍ରାମରେ ପ୍ରତିବର୍ଷ ପାଳନ କରାଯାଉଥିବା ଗଜାନନ ପୂଜା ଓ ଭଷାଣୀ ଉତ୍ସବ କିପରି ସରସ ସୁନ୍ଦର ହେବ ଓ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେଥିପାଇଁ ଦୋକାନ୍ଦା ଗ୍ରାମର ସମାସଜସେବୀ ତପନ ସୁନ୍ଦରାୟଙ୍କ ଉଦ୍ୟମରେ ଗତକାଲି ଦୋକନ୍ଦା ଗ୍ରାମପଞ୍ଚାୟତ କାର୍ଯ୍ୟ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସୁକାନ୍ତ କିଶୋର ସାମନ୍ତରାୟଙ୍କ ଉକ୍ତ ବୈଠଳରେ ଅଧ୍ୟକ୍ଷତା କରିଥିଷଲ । ବୈଠକରେ ନୂତନ ଭାବେ କଣାସ ଥାନାରେ ଯୋଗଦେଇ ଥିବା ଆଇ.ଆଇ.ସି ପ୍ରଶନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କଣାସ ସରପଞ୍ଚ ଭଗବାନ ସୁବୁଦ୍ଧି, ଦୋକନ୍ଦା ସରପଞ୍ଚ ଈଶ୍ୱର ହରିଚନ୍ଦନ, ସିରେଇ ସରପଞ୍ଚଙ୍କ ପ୍ରତିନୀଧି ଦେବଦତ ପରିଡା. ସାମ୍ବାଦିକ ବିଭୂତି ଭୂଷଣ ତ୍ରିପାଠୀ, ସମିରକେଶରୀ ବଳିୟାରସିଂହ, ଶ୍ରୀକାନ୍ତ ପଟ୍ଟଯୋଷୀ ଏବଂ କଣାସ କୁଞ୍ଜେଶ୍ୱରୀ ବଜାର, କଣାସ ଗ୍ରାମ, କଣାସ ବସ୍ଷ୍ଟାଣ୍ଡ, କଣାସ ଗୋଲାବଜାର, ବାଲିପାଟଣା, ନୂଆଦୋକନ୍ଦା, କଦଳୀଦଣ୍ଡା, ଭାଟପଡା, ପୋତାଘର, ଚାନ୍ଦପଡା, ବାଲିଘାଇଛକ, ବ୍ଲକ ଛକ, ଜଳିଆପଡା, ଗାଣ୍ଡାପଡା, ବିଶ୍ୱାଳିପଡା ଏବଂ ଡିମିରିଗ୍ରାମରେ ଅନୁଷ୍ଠିତ ହେଉଥିବା ୨୦ଟି ସ୍ଥାନର ମଣ୍ଡପର ସଭାପତି ଓ ସଂପାଦକମାନେ ଯୋଗଦେଇଥିଲେ । କଣାସ ଥାନା ଆଇ.ଆଇ.ସି ଶ୍ରୀନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ପୁରୀ ଜିଲ୍ଲାରେ କଣାସରେ କିପରି ଗଜାନନଙ୍କ ଭଷାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ତାହାପରେ ବିଭିନ୍ନ ସୂଚନା ଦେଇଥିଲେ । ପ୍ରତେକ ପୂଜା କମିଟିର କର୍ମକର୍ତ୍ତମାନେ ପୋଲିସ୍କୁ ପୂର୍ଣ୍ଣସହଯୋଗ କରିବା ପାଇଁ ଶ୍ରୀନାୟକ ଅନୁରୋଧ କରିଥିଲେ । ଆସନ୍ତା ୨ତାରିଖ ମଙ୍ଗଳବାର ଦିନ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବାପାଇଁ ସଭାରେ ସ୍ଥର କରାଯାଇଥିଲା । ମଝିରେ ଆଉ ଏକ ବୈଠକ ତହସିଲଦାର, ବିଡିଓ, ବିଦ୍ୟୁତ୍ ବିଭାଗ ଅଧିକାରୀ, ଥାନା ଅଧିକାରୀ ଏବଂ ପୂଜା ପରିଚାଳନା କମିଟି ମଧ୍ୟରେ ବୈଠକ ହେବା ପାଇଁ ସ୍ଥିର କରାଯାଇଛି । ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୯/୮/୨୦୨୫---୮,୨୫ Sakhigopal News, 19/8/2025