ମା ମଙ୍ଗଳାଙ୍କ ଖୁଦରୁକୁଣୀ ପୂଜା ଆରମ୍ଭ
କଣାସ--- ପୂରାଣ ବର୍ଣ୍ଣିତ ସାଧାବ ଝିଅ ତଅପଇ ଉପରେ ତାହାର ଭାଉଜମାନେ କିପରି ଅକଥନୀୟ ଅତ୍ୟାଚାର କରିଥିବା ବେଳେ ତଅପଇ ମା ମଙ୍ଗଳଙ୍କୁ ଆଶ୍ରୟକରି କିପରି ଉଦ୍ଧାର ହୋଇଥିଲା । ସେଥିପାଇଁ ଆଜିର ଅବିବାହିତ ଯୁବତୀମାନେ ଭାଦ୍ରବ ମାସର ପ୍ରଥମ ରବିବାରରେ ମା ମଙ୍ଗଳାଙ୍କ ପୂଜା କରିଥାନ୍ତି । ପ୍ରଭାତରୁ କୁଆଁରୀ ଝିଅମାନେ ନିଜ ନିଜ ପୋଖରୀ, ନଦୀ ଓ ନାଳରେ ସ୍ନାନ କରି ସାରି ନୂତନ ବସ୍ତ୍ର ପରିଧ୍ୟାନ କରି ନଦୀ ଓ ପୋଖରୀରୁ ବାଲି ଓ ମାଟି ସଂଗ୍ରହ କିରି ବାଲୁକାରେ ଏକ ମୃର୍ତ୍ତି ନଦୀ ଓ ପୋଖରୀ କୂଳରେ ନିର୍ମାଣ କରିବା ସହିତ ନାନା ରଂଗବେରଙ୍ଗର ଫୁଲ ଦେଇ ସଜାଇବା ପରେ ବିଭିନ୍ନ ଫଳମୂଳ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ସଂଧ୍ୟା ସମୟରେ ଗ୍ରାମମାନଙ୍କରେ ଠାଆକୁ ଠାଆ ଝିଅ ମାନେ ମେଳି ହୋଇ ରଂଗବେରଙ୍ଗର ଶାଢୀମାନଙ୍କରେ ତୋରଣ ତିଆରୀକରି ମଙ୍ଗଳା ମୃର୍ତ୍ତୀ ବସାଇ ମଙ୍ଗଳାଙ୍କୁ ପୂଜାଆର୍ଚ୍ଚନା କରିବାସହିତ ଖୁଦରୁକୁଣୀ ପୁସ୍ତକ ପଠନ କରୁଥିବା ଦେଖିବାକୁ ମିଳିଥିଲା ।
କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୧/୮/୨୦୨୫---୮,୨୫ Sakhigopal News, 11/8/2025