Breaking News

ଡି ଏ ଭି ପି ଟି ଏସ ଆର ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ସହିତ ୭୯ତମ ସ୍ବାଧୀନତା ଦିବସ ପାଳିତ


ଭଞ୍ଜନଗର-- ଶୁକ୍ରବାର  ଡି ଏ ଭି ପି ଟି  ଏସ ଆର ପବ୍ଲିକ ସ୍କୁଲ ପରିସରେ -ଜନ୍ମାଷ୍ଟମୀ  ପାଳନ ସହିତ ୭୯ ତମ ସ୍ବାଧିନତା ଦିବସ ପାଳିତ କରାଯାଇଛି l  ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଏ ଲ. କେ. ଜି ଶ୍ରେଣୀ ଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାମାନେ କୃଷ୍ଣ ଓ ରାଧା ବେଶ ରେ ସଜ୍ଜିତ ହେଇ  ଆସିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ପୃଷ୍ଟି ଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା l ବିଭିନ୍ନ ନାଚ ଓ ଗୀତ ସହିତ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇ ଥିଲା l  ଏହି କାର୍ଯ୍ୟକ୍ରମ କୁ ସକାଳ ଶ୍ରେଣୀ ର ଶିକ୍ଷକ ଧରିତ୍ରୀ ଵାଳl  ପଣ୍ଡା ପରିଚାଳନା କରିଥିଲେ  l ପ୍ରଥମେ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଏହି ଦିବସ ର ପାଳନ ସମ୍ପର୍କ ରେ ଅତି ସୁନ୍ଦର ଜଣାଇଥିଲେ l କିଛି ଛାତ୍ର ଛାତ୍ରୀ ମଧ୍ୟ ଭାଷଣ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଦିବା ବିଭାଗର ସମସ୍ତ ଶିକ୍ଷକ ମଧ୍ୟ ଯୋଗ ଦାନ କରିଥିଲେ l ସମସ୍ତଙ୍କ ସହଯୋଗ ରେ ଅତ୍ୟନ୍ତ ମନୋ ରଞ୍ଜନ ହୋଇପାରିଥିଲା ।
 ସ୍କୁଲର ପରିସରରେ ୭୯ ତମ ସ୍ୱାଧୀନତା ଦିବସ  ପାଳନ କରାଯାଇଛି l ଉକ୍ତ ଦିବସର କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମାନସରଞ୍ଜନ ପୃଷ୍ଟିଙ୍କ ଅଧକ୍ଷତା ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି ଦିବସରେ ମୁଖ୍ୟ ଅତିଥି ରୂପେ ଜିଲୁଣ୍ଡି ଗ୍ରାମର ନିବାସୀ ସେନା , ବାହିନୀ ବିଭାଗର ଅବସର ପ୍ରାପ୍ତ କ୍ୟାପଟେନ ଶ୍ରୀ କୃଷ୍ଣଚନ୍ଦ୍ର  ପ୍ରଧାନ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ l ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା କାର୍ଯ୍ୟକର୍ମ  ପରିଚାଳନା କରାଯାଇଥିଲା l ତିନୋଟି ଭାଷା ରେ -ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଭାଷଣ ପ୍ରଦାନ କରିଥିଲେ l ପରେ ପରେ ଶିକ୍ଷୟିତ୍ରୀ ହିନ୍ଦୀ ବିଭାଗର ଅତି ସୁନ୍ଦର ଭାବରେ ଭାଷଣ ପ୍ରଦାନ  କରିଥିଲେ l ନାଚ ଓ ଗୀତ କାର୍ଯ୍ୟକର୍ମ କରାଯାଇଥିଲା l ବିଭିନ୍ନ ହାଉସ ତରଫରୁ କୁଇଜ ପ୍ରତିଯୋଗିତା କରାଯାଇଥିଲା l କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୬/୮/୨୦୨୫ Sakhigopal News,16/8/2025

Blog Archive

Popular Posts