ଡେଲାଙ୍ଗ ରେ ବିଜେପି ର ତ୍ରିରଙ୍ଗା ଶୋଭା ଯାତ୍ରା
ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ୍ ବେରବୋଇ ମଣ୍ଡଳ ବିଜେପି ପକ୍ଷରୁ ଆଜି ବେରବୋଇ ଗାନ୍ଧୀ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ପୁରୀ ସାଂସଦ ଡ଼ଃ ସମ୍ବିଦ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏକ ବିରାଟ ଶୋଭଯାତ୍ରା ରେ ଦଳୀୟ କର୍ମୀ, ସରପଞ୍ଚ,ସମିଟିସଭ୍ୟ,ମଣ୍ଡଳ ସଭାପତି,ପଞ୍ଚାୟତ ପ୍ରମୁଖ ଙ୍କ ସହ ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରା ବାହାରିଥିଲା । ବେରବୋଇ, ଉଦୟପୁର, ଡଁପୁର,ଏବଂ ଡେଲାଙ୍ଗ ଷ୍ଟେସନ ପରିକ୍ରମା କରି ବେରବୋଇ ମେଳଣ ପଡିଆ ଠାରେ ସ୍ଲୋଗାନ ଦେଇ ପହଞ୍ଚିଥିଲେ।ଏହି ଶୋଭା ଯାତ୍ରାରେ ୧୦୦୦ କର୍ମୀ ଯୋଗ ଦେଇ ଥିଲେ।ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।ପୋଲିସ ପ୍ରଶାସନ ପକ୍ଷରୁ ଏସଡିପିଓ ଦେବାଶିଷ ମିଶ୍ର ଓ ଡେଲାଙ୍ଗ ଆଇଆଇସି ଘନଶ୍ୟାମ ବାରିକଙ୍କ ସଦଳବଳେ ଉପସ୍ଥିତ ରହିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୮/୨୦୨୫---୮,୨୦ Sakhigopal News,14/8/2025