ଗହ୍ମାପୂର୍ଣ୍ଣମୀରେ ସାକ୍ଷୀଗୋପାଳରେ ସ୍ୱତନ୍ତ୍ର ନଡିଆ ଲଢେଇ ଦେଖିବାକୁ ମିଳିଥାଏ
ସାକ୍ଷୀଗୋପାଳ ---ସାକ୍ଷୀଗୋପାଳରେ ଗହ୍ମାପର୍ବ ବା ଗହ୍ମାପୂର୍ଣ୍ଣମୀ ଅବସରରେ ସ୍ୱତନ୍ତ ନଡିଆ ଲଡେଇ ଦେଖିବାକୁ ମିଳିଥାଏ । ଯାହାକି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ । ମାତ୍ର କାଳଦିକ୍ରମେ ନଡିଆ ଲଡେଇ ପ୍ରତିଯୋଗିତା ବିଭିନ୍ନ ସ୍ଥାନରେ ହେଉଛି । ଗହ୍ମାପୂ୍ର୍ଣ୍ଣମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ, କେତିକିପାଟଣା, ବିଶ୍ୱନାଥପୁର ଓ ଭିଁପୁର ଆଦି ବିଭିନ୍ନ ଗ୍ରାମ ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଏଥି ନିମନ୍ତେ ଯୁବକ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଥିାଏ । ସବୁ ଗଛର ନଡିଆ ପ୍ରତିଯୋଗିତାରେ ଭାଗ ନେଇ ପାରିନଥାଏ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସ୍ୱତନ୍ତ୍ର ନଡିଆ ଗଛ ରହିଛି । ବିଶେଷ କରି ସେ ନଡିଆର ସଢ଼େଇ ଗୁଡିକ ଅଧିକ ମୋଟ ବା ଟାଣ । ଏବଂ ନଡିଆର ଯେଉଁ ତିନୋଟି ଆଖିଥାଏ ତା ମଧ୍ୟ ଅନ୍ୟ ନଡିଆ ଠାରୁ ଭିନ୍ନ ଅଟେ । ବିଶେଷ କରି ନଡିଆର ଆଖି ପାଖରୁ କିଛି ଅଂଶର ସଢ଼େଇ ଟାଣ ବା ମୋଟା ଥାଏ । ଯାହା ଫଳରେକି ଉକ୍ତ ନଡିଆକୁ ମାଡ ( ବାଡେଇ)ଲେ ମଧ୍ୟ ନଡିଆ ସହଜରେ ଭାଙ୍ଗେ ନାହିଁ । ଏହାକୁ ଆଗରୁ ଲଢ଼େଇ କରୁଥିବା ବା ଆଗ୍ରହୀ ଯୁବକ ମାନେ ବିଭିନ୍ନ ଅଞ୍ଚଳରୁ ନଡିଆ ସଂଗ୍ରହ କରିଥାନ୍ତି । ଏହି ନଡିଆ ଗୁଡିକ ଅନ୍ୟ ସାଧାରଣ ନଡିଆ ଅପେକ୍ଷା ଅଧିିକ ଦର ରେ ବିକ୍ରୟ କରାଯାଇଥାଏ । ଗୋଟିଏ ଗୋଟିଏ ନଡିଆର ଦାମ ପ୍ରାୟ ୫୦ଟଙ୍କାରୁ ୮୦୦ଶହ ଟଙ୍କା ପର୍ଯ୍ୟନ୍ତ ିବିକ୍ରୟ ହୋଉଥାଏ । ସେହିପରି ଲଢ଼େଇ ପୁଣି କେତେ ପ୍ରକାରର ହୋଇଥାଏ । କେଉଁଠି ନଡିଆ ହାତରେ ଧରି ମାଡ କରୁଥିବା ବେଳେ ଅନ୍ୟ କେତେକ ଜାଗାରେ ନଡିଆକୁ ଅଳ୍ପ ଦୂରରୁ ପିଙ୍ଗା ଯାଇଥାଏ । ନଡିଆକୁ ନଡିଆ ମାଡ ହୋଇଥାଏ । କେତକ ନଡିଆକୁ ନେଇ ଯୁବକ ମାନଙ୍କ ମଧ୍ୟରେ ବାଜି ଲାଗିଥାଏ । ବିଶେଷ କରି ଏହି ନଡିଆ ପ୍ରତିଯୋଗିତା ଦୁଇ ଜଣଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଯେଉଁ ନଡିଆଟି ଭାଙ୍ଗିଯାଇଥାଏ ସେ ନଡିଆର ମାଲିକ ହାରିଲା ବୋଲି ଗଣାଯାଇଥାଏ । ଭାଙ୍ଗି ଯାଇଥିବା ନଡିଆଟିକୁ ଅନ୍ୟ ନଡିଆର ମାଲିକ ନେଇଯାଇଥାଏ । ନଡିଆ ଲଢ଼େଇ ଦେଖବାକୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୮/୨୦୨୫---୫,୪୫ Sakhigopal News, 9/8/2025