Breaking News

ବିନୋଦ ବିହାରୀଙ୍କ ଜନ୍ମାଷ୍ଟମୀ ପର୍ବ ପାଳିତ



 ସାକ୍ଷୀଗୋପାଳ ----ସୁଆଣ୍ଡୋ ସ୍ଥିତ ଶ୍ରୀ ରାଧା ବିନୋଦ ବିହାରୀଙ୍କ ଜନ୍ମାଷ୍ଟମୀ ପର୍ବ ଆନନ୍ଦ ଉଲ୍ଲାସ ମଧ୍ଯରେ ପାଳିତ ହୋଇଯାଇଛି  । ଶତାଧିକ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ  । ସକାଳୁ ଦ୍ୱାରଫିଟା, ମଙ୍ଗଳଆଳତି  , ସ୍ନାନ  , ମାର୍ଜନା, ବେଶ କରାଯାଇ ଥିଲା  । ରାଧାବଲ୍ଲଭ ଧୂପ ସରିବାପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା  । ଅପରାହ୍ନରେ ଠାକୁରଙ୍କ ଠାକୁରଙ୍କ ବେଶ ଉଲାଗି କରାଯାଇ ଚନ୍ଦନ ଲାଗି ପରେ ତୁଳସୀ ନାନାଦି ଫୁଲରେ ଠାକୁରଙ୍କୁ ବେଶ କରାଯାଇ ଥିଲା  ।  ବଳପୁର  ହରିସହଦେବ ମହିଳା ସଂକିର୍ତ୍ତନ ମଣ୍ଡଳୀ କିର୍ତ୍ତନ ପରିବେଷଣ କରିଥିଲେ  । ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଗୋପଲୀଳାର ଦଶମସ୍କନ୍ଧ ପୁରାଣ ପଣ୍ଡିତ ପାଠ କରିଥିଲେ  । ଅନେକ ଶ୍ରଦ୍ଧାଳୁ ବସି ପୁରାଣ ସ୍ରବଣ କରିଥିଲେ  । ବିଳମ୍ବିତ ରାତିରେ ଠାକୁରଙ୍କ ଜନ୍ମବିଧି ନୀତିକାନ୍ତି ପୂଜକ ବାସୁଦେବ ପଣ୍ଡା ସମ୍ପାଦନ କରିଥିଲେ  । ଉଗ୍ରସେନ ଭେଟ ନୀତି ଅନୁଷ୍ଠିତ ହୋଇଥିଲା  । ଏହାପରେ ଠାକୁରଙ୍କ ନିକଟରେ ଚୁଡାଘସା, କଦଳୀ, ସରମାଖନ, ଛେନା  , ପଣସ  , କାକୁଡ଼ି, ସେଓ ଅଙ୍ଗୁର  , ଖଇ ଓ ୨୧ଟି ରାଶିକୋରା ଭୋଗଲାଗି କରାଯାଇ ଥିଲା। ନିକଟସ୍ଥ ବିନୋଦ ପାଟଣା  , ବଳପୁର  , କଳାପାହାଡ଼ ପ୍ରମୁଖ ଗ୍ରାମର ଭଗବାନ ଶ୍ରୀ କ୍ରୁଷ୍ଣ ଭକ୍ତମାନଙ୍କ ଗହଳି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା  । ଶନିବାର ନନ୍ଦ ଉତ୍ସବ ଧୁମଧାମରେ ପାଳନ କରାଯାଇଛି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୮/୨୦୨୫---୭,୨୦ Sakhigopal News,16/8/2025

Blog Archive

Popular Posts