Breaking News

କଣାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୁଇଜ୍ ପ୍ରତିଯୋଗିତା

 



କଣାସ-- କଣାସ ବ୍ଲକର କଣାସ ଠାରେ ପ୍ରତିଷ୍ଠିତ କଣାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷେ ଏକ କୁଇଜ୍ ପ୍ରତିଯୋଗିତା କଲେଜ୍ ପରିସରରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୩୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଦ୍ୱାଦଶ କଳା ଶ୍ରେଣୀର ପ୍ରିୟଙ୍କାପ୍ରିୟଦର୍ଶିନୀ ସ୍ୱାଇଁ ପ୍ରଥମ ସ୍ଥାନ, କରିସ୍ମା ଦେହୁରୀ ଦ୍ୱିତୀୟ ସ୍ଥାନ ଓ ଧରିତ୍ରୀ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଯୁବ ରେଡକ୍ରସ୍ ବିଭାଗ ତରଫରୁ ଉପଦ୍ଦେଷ୍ଠା ତଥା କଲେଜ୍‌ର ବରିଷ୍ଠ ଅଧ୍ୟାପକ ନିରଂଜନ ସ୍ୱାଇଁଙ୍କ ତତ୍ୱାବଧାନରେ ଅଧ୍ୟାପକ ପ୍ରଭାସ ମଙ୍ଗରାଜ ଏହି କାର୍ଯ୍ୟକ୍ରମ ରପିଚାଳନା କରିଥିଲେ । କଲେଜ୍ ଅଧ୍ୟକ୍ଷା ସଞ୍ଜୁ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୫/୮/୨୦୨୫---୯,୧୫      Sakhigopal News, 15/8/2025

Blog Archive

Popular Posts