Breaking News

ହର ଘର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ବକୁଳବନରୁ ଆରମ୍ଭ ଗୋପବନ୍ଧୁଙ୍କ ଜନ୍ମମାଟିରେ ଶେଷ



ସାକ୍ଷୀଗୋପାଳ ---- ହର ଘର ତ୍ରିରଙ୍ଗା ଯାତ୍ରା ବିଜେପି ପକ୍ଷରୁ ଗୋପବନ୍ଧୁ ଙ୍କ କର୍ମଭୂମି ତଥା ସତ୍ଯବାଦୀ ବକୁଳବନରୁ ବାହାରି ଗୋପବନ୍ଧୁଙ୍କ ଜନ୍ମମାଟିରେ ଶେଷ ହୋଇଥିଲା । ସହସ୍ରାଧିକ ଜନତା ଙ୍କ ଗହଣରେ ପୁରୀ ସାଂସଦ ଡ ସମ୍ବିତ ପାତ୍ର ଓ ସତ୍ଯବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା  । ବନ୍ଦେମାତରଂ  ଭାରତମାତା କି  ଜୟ ନାରା ଦେଇ ତ୍ରିରଙ୍ଗା ଯାତ୍ରା ସାକ୍ଷୀଗୋପାଳ ବଜାର ଦେଇ ଜୟପୁର ପଞ୍ଚାୟତ ଓ ସାରଙ୍ଗଯୋଡ଼ିଦେଇ ଆସିଥିଲା  । ଆସିବା ବାଟରେ ବିଭିନ୍ନ ଅନୁଷ୍ଠାନ ଓ ବ୍ଯକ୍ତି ବିଶେଷଙ୍କ ପକ୍ଷରୁ ଯାତ୍ରା କୁ ସ୍ୱାଗତ କରାଯାଇ ଥିଲା  । ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର  , ଜିଲାପରିଷଦ ସଭ୍ଯା ବିଷ୍ଣୁପ୍ରିୟା ବରାଳ  ,   ଜୟପୁର ସମିତି ସଭ୍ଯ ଦୀପକ ଶତପଥୀ  , ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ  , ବିଶ୍ୱନାଥ ପୁର ସରପଞ୍ଚ, ସରପଞ୍ଚ ଜ୍ଯୋତିର୍ମୟୀ ରଥ ପ୍ରମୁଖ ଙ୍କ ସହିତ ସମିତି ସଭ୍ଯ ସଭ୍ଯା ପୁତ ଜିଲାପରିଷଦ ସଭ୍ଯ ଧ୍ରୁବ ଚରଣ ଦାଶ , ଶଙ୍କର ପ୍ରଧାନ , ଟୁଟୁ ରଥ ଉମେଶ ପ୍ରଧାନ ଓ ବରିଷ୍ଠ ବିଜେପି ନେତା ମାନେ ଏହିଯାତ୍ରାରେ ସାମିଲ ଥିଲେ  । ଗୋପବନ୍ଧୁଙ୍କ ଜନ୍ମମାଟିରେ ତ୍ରିରଙ୍ଗା ଯାତ୍ରା ପହଞ୍ଚି ଷଠିଘର ଓ ଗୋପବନ୍ଧୁ ସଂଗ୍ରହାଳୟ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରାଯାଇ ଥିଲା। ଏଠାରେ ବିଭିନ୍ନ ବ୍ଯକ୍ତି ବିଶେଷଙ୍କ ପକ୍ଷରୁ ସ୍ୱାଗତ କରାଯାଇ ଥିଲା  । ଶତାଧିକ ବ୍ଯକ୍ତି ହାତରେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ପହଞ୍ଚି ଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୧୪/୮/୨୦୨୫---୮,୨୦ Sakhigopal News,14/8/2025

Blog Archive