ସାକ୍ଷୀଗୋପାଳ,---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୭ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟଟି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୨,୮,୧୯୦୯ ମସିହାରେ ସ୍ଥାପିତ ହୋଇଥିଲା । ଏହି ତାରିଖକୁ ମନେ ରଖିବା ପାଇଁ ପ୍ରତିବର୍ଷ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଆସୁଛି । ଏହି ଅବସରରେ ଯୋଗ ଦେଇଥିବା ଅତିଥି , ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତା ସେନାପତି ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ କର । ଅନ୍ୟତମ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର,ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡା, ବନମାଳୀ ବେହେରା, ପ୍ରଭାସ ଚନ୍ଦ୍ର ରଥ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଗୁଣଗାନ କରିଥିଲେ । ସମସ୍ତେ ଜାଣନ୍ତି ବିଦ୍ୟାଳୟ ହେଉଛି ଏକ ମଣିଷ ତିଆରି କାରଖାନା ମାତ୍ର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ମଣିଷ ତିଆରି କାରଖାନ ସେ ସମୟରେ ନଥିଲା ଏଠାରେ ଦେଶ ସେବକ ଗଠନ କରାଯାଉଥିଲା ବୋଲି ଅତିଥି ମାନେ ମତ ରଖିଥଲେ । ଉତ୍କଲମଣି ଗୋପବନ୍ଧୁ ଦାସ ତାଙ୍କର ଏହି ବିଦ୍ୟାଳୟ ଏଠାରେ ପ୍ରଥମ କରିବା ପରେ ବିଭିନ୍ନ ଜିଲ୍ଲାରେ ଅନେକ ବିଦ୍ୟାଳୟ କରିଥିବାର ନଜିର ରହିଛି । ମାତ୍ର ଦୁଖଃ କଥା ଏତେ ପୁରୁଣା ବିଦ୍ୟାଳୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଦ୍ୟାଳୟର ଘରର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ରାଜ୍ୟ ସରକାର ଯେପରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠକୁ ଐତିହ୍ୟ ପୀଠ ଭାବେ ଗ୍ରହଣ କରି ଆଜି ଜନମାନସରେ ଏକ ପର୍ଯ୍ୟଟନ କରିଛନ୍ତି । ସେହିପରି ତାଙ୍କ କର୍ମୀପୀଠକୁ ତୁରନ୍ତ ଐତିହ୍ୟ ବିଦ୍ୟାଳୟ ଭାପେ ଗ୍ରହଣ କରି ସେହି ମହାପୁରଷଙ୍କ କର୍ମ ପୀଠକୁ ଟେକ ରଖିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ସେହିପରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ କହିଲେ କେହି ଜାଣିନଥିବା ବେଳେ ସେଠାରେ ସତ୍ୟବାଦୀ ବନ ବିଦ୍ୟାଳୟ କହିଲେ ସଙ୍ଗେ ସଙ୍ଗେ ସମସ୍ତେ ଜାଣି ପାରୁଛନ୍ତି । ଏହା ହେଉଛି ସେହି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ବିଦ୍ୟାଳୟ । ଏହାକୁ ନଜର କରି ରାଜ୍ୟ ସରକାର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନାମ ପରିବର୍ତ୍ତନ କରି ସତ୍ୟବାଦୀ ବନ ବିଦ୍ୟାଳୟ ନାମ କରଣ କରିବା ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଅଭିଯାନ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଶିକ୍ଷୟତ୍ରୀ ପ୍ରତୀକ୍ଷା ମିଶ୍ର ଅତିଥି ପରିଚୟ ପ୍ରଦାନକରିଥିଲେ । ସଭା ଆରମ୍ଭ ରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ସେହି ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କିଛି କଥା କହିଥିଲେ । ଶେଷରେ ଯୋଗ ଦେଇଥିବା ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପଞ୍ଚସଖା ଙ୍କ କଥାଓ ତାଙ୍କ ନୀତି ଆପଣେଇଲେ ନିଶ୍ଚିତ ବଡ ମଣିଷ ହୋଇପାରିବ ବୋଲି କହିଥିଲେ । ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ସୁଚିତ୍ର ଖଟେଇଙ୍କ ସହ ଗୀତାଞ୍ଜଳି ବେହେରା ଶିକ୍ଷୟତ୍ରୀ ପୂଜା ମିଶ୍ର, ତପସ୍ଵିନୀ ତ୍ରିପାଠୀ ,ଦିପା ମୁଦ୍ରା ଗୁରୁ, ନିହାରିକା ସେନାପତି , ସୈଦାମିନି ନାୟକଙ୍କ, କିଷ୍ଣା ପ୍ରିୟା ଦାଶ, ଚିନ୍ମୟ ଜେନା , ପୁନମ କୁଜୁର ,ସ୍ମିତା ପାଟ୍ଟଶାଣୀ , ମୃତ୍ୟୁଞ୍ଜୟ ମହାପାତ୍ର ଓ ବିଶ୍ବନାଥ ସ୍ବାଇଁ ଙ୍କ
ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୮/୨୦୨୫----୩,୨୫ Sakhigopal News,12/8/2025