କଣାସରେ ଚଳିତ ବର୍ଷ ୩୭୨ମିମି ବର୍ଷା କମ ହୋଇଥିବାରୁ ଧାନ ଫସଲ ବାଧାପ୍ରାପ୍ତ
କଣାସ --- କଣାସ ବ୍ଲକରେ ଚଳିତ ବର୍ଷ ୭୩୨ମିମି ବର୍ଷା କମ ହୋଇଥିବାରୁ ଧାନ ଫସଲ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ୨୦୨୪ ମସିହା ଜାନୁଆରୀ ମାସରେ ୬ମିମି, ମାର୍ଚ୍ଚମାସରେ ୫୧ମିିମି, ମେଇ ମାସ ୧୨୩ମିମି, ଜୁନ୍ ମାସରେ ୨୬୮ମିମି, ଜୁଲାଇ ମାସରେ ୩୮୬ମିମି, ଅଗଷ୍ଟ ମାସରେ ୫୩୫ମିମି, ସେପ୍ଟେମ୍ବର ମାସରେ ୨୩୮ମିମି, ଅକ୍ଟୋବର ମାସରେ ୧୦୦ମିମି, ଡିସେମ୍ବର ମାସରେ ୧୭୬ମିମି ମୋଟ ୧୮୮୩ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସରେ ୨୦ମିମି, ଏପ୍ରିଲ୍ ୭୩ମିମି, ମେଇ ୧୪୩ମିମି, ଜୁନ୍ ୨୦୪ମିମି, ଜୁଲାଇ ୨୦୬ମିମି, ଅଗଷ୍ଟ ମାସରେ ବର୍ତ୍ତମାନ ସୁଧା ୯୧ମିମି ବର୍ଷା ହୋଇଛି । ୨୦୨୪ରେ ଆଜ ସୁଧା ୧୩୬୯ମିମି ବର୍ଷା ହୋଇଥିବା ବେଳେ ୨୦୨୫ ମସିହା ଅଗଷ୍ଟ ଅଜ ସୁଧା ୬୩୭ମିମି ବର୍ଷା ହୋଇଛି । ଯାହା ଦ୍ୱାରା କି ୭୩୨ମିମି ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା କୃଷି ବିଭାଗ ସୁତ୍ରରୁ ଜଣାପଡିଛି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୯/୮/୨୦୨୫---୮,୪୦ Sakhigopal News, 19/8/2025