Breaking News

ସାକ୍ଷୀଗୋପାଳରେ ଗହ୍ମାପୂ୍‌ର୍ଣ୍ଣମୀ ପର୍ବ ପାଳିତ ;





 ସାକ୍ଷୀଗୋପାଳ ---  ଆଜି ହେଉଛି ପ୍ରଭୁ ବଳଭ୍ରଦଙ୍କ ଜନ୍ମ ଦିନ ।  ସାକ୍ଷୀଗୋପାଳ ମନ୍ଦିର ଓ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ଓ ଘରେ ଘରେ ଗହ୍ମାପୂର୍ଣ୍ଣମୀ ପର୍ବ  ପାଳିତ ହୋଇଯାଇଛି ।  ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଦ୍ୱିପହର ଧୂପରେ ଗହମ ଗୁଣ୍ଡରେ ପ୍ରସ୍ତୁତ କରାଯାଇଥିବା ମଣ୍ଡା ପିଠା ଭୋଗ କରାଯିବା ସହ ଠାକୁରଙ୍କୁ ନୂତନ ବସ୍ତ୍ର, ଆଳତୀ, ଉପଚାର  ଓ ଯାତଭୋଗ ସହ ତୁଳସୀ, ଚନ୍ଦନ ଲାଗି କରାଯିବ ।  ପାଟସୁତାରେ ପ୍ରସ୍ତୁତ ରାକ୍ଷୀ ଓ ୭ଟି ଗୁଆ ମାଳ କରାଯାଇ ମା ରାଧାରାଣୀ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଲାଗି କରାଯାଇଥାଏ । ସଂଧ୍ୟାରେ ଗୋଧନ ବାହୁଡା ଭୋଗ ପରେ ଚଳନ୍ତି ପ୍ରତିମା ମଦନମୋହନ ଗହ୍ମାବେଦୀକୁ ବିଜେ କରିଥାନ୍ତି । ସେଠାରେ ଆଳତୀ, ଉପଚାର ଓ ଯାତଭୋଗ ସରିବାପରେ ସେବାତୟ ମାନେ ରାକ୍ଷୀ ପିନ୍ଦାଇଥାନ୍ତି ବୋଲି  ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ପ୍ରକାଶ ।   ଆଜିର ଦିନରେ ଘରେ ଥିବା  ଗୋ ମାତାଙ୍କୁ ପୂଜା କରାଯାଇଥାଏ । ଏଥିଯୋଗୁ  ସମସ୍ତଙ୍କ ଘର ମାନଙ୍କରେ ପିଠା, ତରକାରୀ, କ୍ଷୀରି, ଖେଚୁଡିି ଡାଲାମା, ଶାଗ, ଖଟା,  ଆଦି ଖାଦ୍ୟ ପ୍ରସ୍ତୁତ କରାଯାଇ ଦିପହରରେ ପ୍ରଥମେ ଗୋ ମାତାଙ୍କୁ ପୂଜା କରାଯାଇଥାଏ ।  ପରେ ପରେ ଠାକୁରଙ୍କ ଘର ସହିତ ବାହାରେ ଦିଆଯିବା ପରେ ପରିବାର ଲୋକମାନେ ପ୍ରସାଦ ପାଇଥାନ୍ତି । ସେହିପରି ଘରେ ଭଉଣୀ ମାନେ ଭାଇର ଦୀର୍ଘାୟୁ କାମନା କରି ଭାଇ ହାତରେ ରାକ୍ଷୀ ପିନ୍ଦାଇ ଭାଇ ମାନଙ୍କର ଦୀର୍ଘାୟୁ କାମନା କରିବା ସହ ଭାଇ ମାନଙ୍କ ଠାରୁ ସେମାନଙ୍କର ପାଉଣା ଆଦାୟ କରିଥାନ୍ତି । ଏହି ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୮/୨୦୨୫---୫,୪୫   Sakhigopal News, 9/8/2025

Blog Archive

Popular Posts