Breaking News

ଅଟୋ ରିକସା ଓଲଟି ୫ ଆହତ

 

 


କଣାସ ---  ପୁରୀରୁ ଜଗନ୍ନାଥ ଦର୍ଶନ ସାରି ବରାଳବାଲୁଙ୍କେଶ୍ୱର ମନ୍ଦର ଦର୍ଶନ କରି ସାରିବା ପରେ ଖଲିକୋଟ ନିକଟ ଲଙ୍ଗଳେଶ୍ୱର ଗ୍ରାମକୁ ଓଡି ୩୪ ଜେ ୨୮୧୬ ଅଟୋ ରିକସାରେ ୫ ଜଣ ଫେରୁଥିଲେ । ଅଟୋର ଡ୍ରାଇଭର ଭାରସାମ୍ୟ ହରାଇ ଦେବାରୁ ଅଟୋଟି ନୂଆ ଜଗନ୍ନାଥ ସଡକର ବରୁଣେଇ ଶଙ୍ଖ ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା । ସେଥିରେ ୫ ଜଣ ବ୍ୟକ୍ତି ସମସ୍ତେ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସ୍‌ôା ପାଇଁ ଅଣା ଯାଇଥିଲା । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଡାକ୍ତରଖାନାକୁ ଚିକିସ୍‌ôା ପାଇଁ ପଠାଯାଇଛି । କଣାସ ପୁଲିସ ଘଟଣା ସ୍ଥଳରେ ପହଁଚି ଅଟୋକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୮/୮/୨୦୨୫---୮,୫୦  Sakhigopal News, 8/8/2025

Blog Archive

Popular Posts