ଘନ ଘନ ଉଚ୍ଚ ବିଦ୍ୟୁତ ତାର ଚୋରି; ଗଡିଶାଗୋଦା ଅଞ୍ଚଳ ଅନ୍ଧାର
କଣାସ --- କଣାସ ବ୍ଲକର ଗଡିଶାଗୋଦା ଅଞ୍ଚଳ ଚିଲିକା ଉପକୂଳରେ ଅବସ୍ଥାପିତ ହୋଇଥିବାବେଳେ କଣାସ ବିଦ୍ୟୁତ ସବ ଷ୍ଟେସନରୁ ଗଡିଶାଗୋଦା ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯାଉଛି । ବିଦ୍ୟୁତ ତାର ଚୋରି କରୁଥିବା ବ୍ୟକ୍ତିମାନେ କିପରି ଖୋର୍ଦ୍ଧା ଗ୍ରୀଡିରୁ ବିଦ୍ୟୁତ କାଟ ସମୟର ଖବର ପାଇ ବିଦ୍ୟୁତ ତାର ବସନ୍ତପୁର ନିକଟରେ କାଟି ନେଉଥିବାରୁ ଗଡିଶାଗୋଦ,ଯାମଳଗୋଦା,ଆଳିବାଡ,ଗୋପୀନାଥପୁର,କାଦୁଆ,ବଡାଲ ଗ୍ରାମପଞ୍ଚାୟତ ଦୀର୍ଘ ସମୟ ଧରି ଅନ୍ଧାର ହେଉଛି । ଗତ ଜୁଲାଇ ମାସ ୧୬ ତାରିଖ ଦିନ ରାତ୍ରରେ ୪ସ୍ପାନ ଦୁଇ ଫେଜ ତାର କାଟି ନେଇଥିବାବେଳେ ଗତକାଲି ବର୍ଷା ଓ ବଜ୍ରପାତ ହୋଇଥିଲା । ସେଥି ଯୋଗୁଁ ବିଦ୍ୟୁତ ସରବରାହ ସଂନ୍ଧ୍ୟା ସମୟରେ ବନ୍ଦ ରହିଥିଲା । ତାର ସୁଯୋଗ ନେଇ ଚୋରମାନେ ଦୁଇ ସ୍ପାନ ତାର କାଟି ନେଇଛନ୍ତି । ସେହି ବାଟଦେଇ ଗଡିଶାଗୋଦା ଥାନା ଗାଡି ରାତ୍ରରେ ପେଟ୍ରୋଲିଙ୍ଗି କରୁଥିଲେ ମଧ୍ୟ ନିର୍ଭୟରେ ଚୋରମାନେ ତାର କାଟି ନେଉଛନ୍ତି । ପୋଲିସ ଚୋର ମାନଙ୍କର ଟେର ପାଉନାହିଁ ବୋଲି ଗ୍ରାମବାସୀ ମାନେ ଆଲେଚନା କରୁଛନ୍ତି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୮/୮/୨୦୨୫—୮,୪୫ Sakhigopal News, 8/8/2025