ଆବାସି ମାଧ୍ୟମରେ ପିଏମ କିଷାନର ୧୮ତମ କିସ୍ତିର ଶୁଭାରମ୍ଭ
ସାକ୍ଷୀଗୋପାଳ---- ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ରର ସଭାଗୃହ ପରିସରରେ ପିଏମ କିଷାନ ସମ୍ମାନ ନିଧିର ୧୮ ତମ କିସ୍ତି ପ୍ରଦାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମହାରାଷ୍ଟର ୱାସିମ ଠାରେ ଶୁଭାରମ୍ଭ କରିଥଲେ । ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଓ ପିପିଲିର ବିଧାୟକ ଆଶିତ ପଟ୍ଟନାୟକ ଓ ଉଦ୍ୟାନ ବିଭାଗର ଅଧିକାରୀଣି ମଞ୍ଜୁଳା ତ୍ରିପାଠୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଚାଷୀ ମାନଙ୍କର ମେରୁ ଦଣ୍ଡକୁ ସୃଦୁଢ଼ କରିବା ପାଇଁ ସବୁବେଳେ ଚିନ୍ତା କରୁଛନ୍ତି ବୋଲି ବିଧାୟକ କହିଥିଲେ । କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ସଦସ୍ୟା ବିଷ୍ଟୁପିୟା ବରାଳ ଓ ଅନେକ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ଓ ଚାଷୀ ମାନେ ଯୋଗଦେଇଥିଲେ । ଏପରିକି ସତ୍ୟବାଦୀରେ ବିଦ୍ୟୁତ କାଟ କୁ ଅସ୍ୟହ ଗରମ ଲାଗି ରହିଥିଲା । ଅନ୍ୟ ପକ୍ଷରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୦୦ଶହ ଚାଷୀ ଓ ମହିଳାଙ୍କ ପାଇଁ ସିଟି ପଡିଥିବା ବେଳେ ଅନେକ ଲୋକମାନେ ପଶିଯାଇଥିଲେ । ଯାହାକି ବିଶ୍ୱନାଥପୁର ସରପଞ୍ଚ ସବେର୍ଶ କୁମାର ଷଡଙ୍ଗୀ ଓ ଅଳସା ପଞ୍ଚାୟତର ପୂର୍ବତନ ସରପଞ୍ଚଶଙ୍କର ପ୍ରଧାନଙ୍କ ସହିତ ଅନେକ ଜନପ୍ରତିନିଧି ବିରକ୍ତି ପ୍ରକାଶ କରି ପଳାଇ ଆସିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧୦/୨୦୨୪---୭,୧୫ Sakhigopal News, 5/10/2024