Breaking News

ମେଗା ପାନୀୟ ଜଳ ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ଆରମ୍ଭ ହେଲା



ସାକ୍ଷୀଗୋପାଳ,--- କିଛି ଦିନ ହେବ  ସତ୍ୟବାଦୀ ବ୍ଳକ ବିଭୁତି ବାଟିକାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପରୁ ଆଖପାଖ କେତକ ଗ୍ରାମକୁ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି  । ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ହସ୍ତକ୍ଷେପ ଫଳରେ କିଛି କିଛି ଗ୍ରାମକୁ ଉକ୍ତ ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା । କାମ ନେଇଥିବା ଏଲଆଣ୍ଡଟି କମ୍ପାନୀ ନିଯୁକ୍ତି ଦେଇଥିବା କର୍ମଚାରୀ ମାନେ ଦରମା ନ ପାଇବାରୁ ଜଳ ଯୋଗାଣ ବନ୍ଧ କରିଦେଇଥିଲେ । ବିଭାଗୀୟ ଜେଇଙ୍କ ହସ୍ତକ୍ଷେପ ଫଳରେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ମାତ୍ର କେତେକ କାରଣ ଯୋଗୁ ଦୁଇଦିନ ହେବ ପାନୀୟ ଜଳ ଯୋଗାଣ ବନ୍ଧ ରହିଥିଲା । ସେଠାରେ ଏକ ପାଣି ମଟର ଲଗାଯିବା ପରେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଯାଇଛି ବୋଲି ବିଭାଗୀୟ ଜେଇ ସୁଜତା ପରିଡାଙ୍କ ଠାରୁ ସୁଚନା ମିଳିଛି ।  ସୁଚନାଯୋଗ୍ୟ ଯେ  ସତ୍ୟବାଦୀ ବ୍ଳକରେ ୨୦୧୮ ମସିହାରେ ବଳପୁର ପଞ୍ଚାୟତର ବିଭୁତିବାଟିକା ପରିସରରେ ୩୪ କୋଟି ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେ ସମୟରେ ୯ ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା । ଉକ୍ତ କାମକୁ ଟେଣ୍ଡର ମାଧ୍ୟମରେ ଏଲ ଆଣ୍ଡଟି କମ୍ପାନୀ ପାଇଥିଲା ।ଏହି କାମ ଦୁଇ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସେ ସମୟରେ କୁହାଯାଇଥିଲା । ମାତ୍ର ଲୋକମାନଙ୍କ ଦାବିକୁ ସରକାର ଗ୍ରହଣ କରି ୯ ପଞ୍ଚାୟତ ପରିବର୍ତ୍ତେ ୧୪ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରିବା ପାଇଁ ନିସ୍ପତି ଗ୍ରହଣ କରିଥିଷଲ । ସେହି ଅନୁସାରେ ଠିକାଦାରଙ୍କୁ ଅଧିକ ଅର୍ଥ  ମଞ୍ଜୁର କରାଯାଇଥିଲା । ମାତ୍ର କାମ ନେଇଥିବା ଏଲ୍ରାଣ୍ଡଟି କମ୍ପାନୀ କାମ ନ କରି ବହୁ ଧୀମାଗତିରେ କାମ କରିଥିଲା । ଏପରିକି ୬ ବର୍ଷ ହୋଇଯାଇଥିଲେ ମଧ୍ୟ କାମ ଶେଷ ହୋଇ ପାରିଲା ନାହିଁ ଯାହାକୁ ନେଇ ଅନେକଥର ଆନ୍ଦୋଳନ ଓ ପଞ୍ଚାୟତ ସମିତିରେ ଏହି ବିସୟକୁ ନେଇ ପାଟିତୁଣ୍ଡ ହୋଇଛି । ଶେଷରେ ଠିକାଦାର ଏଲଆଣ୍ଡଟି କମ୍ପାନୀ ସଠିକ କାମ ନ କରିବାରୁ  ତୁରନ୍ତ ବିଲ ବନ୍ଦ କରିବା ପାଇଁ ପଞ୍ଚାୟତ ସମିତି ବୈଠକରେ ନିସ୍ପତି ଗ୍ରହଣ କରିବା ସହ ବିଭାଗୀୟ ଜେଇ ମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥଲେ । ଏବେ କାମ ସାରିଦେଇଛି ବୋଲି ବିଭାଗୀୟ ଜେଇଙ୍କୁ ଏଲଆଣ୍ଡଟି କମ୍ପାନୀ ପତ୍ର ମାଧ୍ୟମରେ ଜଣାଇଥିବାର ଜଣାପଡିଛି । ମାତ୍ର କାମ ନ ସାରିଥିବାରୁ ବିଲ ହେବନାହିଁ ବୋଲି ବିଭାଗୀୟ ଜେଇ ସୁଜତା ପରିଡା କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧୦/୨୦୨୪---୭,୧୫    Sakhigopal News, 5/10/2024

Blog Archive

Popular Posts