କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ଚେତାବନୀ
ବରଗଡ଼ --- ଦବରଗଡ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଇଛି ଜିଲ୍ଲା ପ୍ରରଶାସନକୁ । ବରଗଡ଼ ଟାଉନ ଥାନା ଅଧିକାରୀ ଙ୍କୁ ଯଦି ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ନାମରେ ଦେଇଥିବା ଏତାଲା ମୁତାବକ କିଛି ପ୍ରମାଣ ଅଛି, ତାହାହେଲେ ସାର୍ବଜନୀନ କରନ୍ତୁ ନ ହେଲେ ନିସର୍ତ୍ତ କ୍ଷମା ମାଗି କେଶ ବାତିଲ କରନ୍ତୁ। ଯଦି କିଛି ପଦକ୍ଷେପ ନ ନେବେ ତାହାହେଲେ ଜିଲ୍ଲାପାଳ ଏବଂ ଏସ ପି ଙ୍କୁ ଲିଖିତ ଭାବେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି ସଂଗଠନ। ପ୍ରଥମେ ଉତ୍ପନ୍ନ ଭୋଇଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ ବିଷିଷ୍ଟ ସମାଜ ସେବୀ, ସୂଚନା ଅଧିକାର କର୍ମୀ, କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର କୁ ଯେପରି ଟାଉନ ପୋଲିସ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ଚରିତ୍ର ଚିତ୍ରଣ କରିଛି , ତାହାକୁ ଘୋର ନିନ୍ଦା କରାଯାଇଥିଲା । ପରେ ସଂଗଠନ କର୍ମୀ ମାନେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ଏବଂ ଏସ ପି ଅଫିସ ଯାଇଥିଲେ । ସେମାନଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଏସ ପି ତପନ ମହାନ୍ତି ଙ୍କୁ ଭେଟି ସଂଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ଚରମ ବାଣୀ ଶୁଣାଇ ଥଲେ।
ଗଣତନ୍ତ୍ର ର ତୃତୀୟ ସ୍ତମ୍ଭ ଭାବେ ପରିଚିତ ନ୍ୟାୟିକ ବ୍ୟବସ୍ଥା କୁ ସଙ୍ଗଠନ ସବୁ ବେଳେ ବିଶ୍ୱାସ କରେ। ସେଥିପାଇଁ ପ୍ରତ୍ୟେକ ଜନ ଆନ୍ଦୋଳନ କରିବା ପୂର୍ବରୁ ଓକିଲ ମାନଙ୍କ ସହିତ ସଂଗଠନ ବିଚାରବୀମାର୍ଶ କରି ଆନ୍ଦୋଳନ କୁ ଓହ୍ଲେଇ ଥାଏ। ବିଦ୍ୟୁତ ସମସ୍ୟା ପ୍ରସଙ୍ଗରେ ମଧ୍ୟ ଜିଲ୍ଲା ଓକିଲ ସଂଘ ର ସହମତି ନେଇ ହିଂସାତ୍ମକ , ଗଣତ୍ରାନ୍ତ୍ରିକ ଶୋଷଣ ବିରୋଧ ରେ ଆନ୍ଦୋଳନ କରିଥିଲେ । ହେଲେ ଉଦେଶ୍ୟ ମୂଳକ ଭାବେ ଟାଉନ ଥାନା ଅଧିକାରୀ ଉପ ଜିଲ୍ଲାପାଳ ଠାରେ କେଶ କରିବାରୁ ସଂଯୁକ୍ତ କୃଷକ ସଙ୍ଗଠନ ବାର ର ଆଶ୍ରୟ ନେଇଛି। ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ର ରାଜବୋଡାସମ୍ବର କୃଷକ ସଙ୍ଗଠନ, ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲଟ, ଘେଁସ, ଦଶ ମାଇଲ, ବିଜେପୁର , ବରପାଲି, ଭେଡେନ , ଭଟଲି, ବାରପାହାଡ଼ ଅମ୍ବାଭନା, ବରଗଡ଼, ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା, ସଂକଳ୍ପ ପରିବାର, କୋଶଲ ସେନା ପରି ଅନେକ ସଂଗଠନ, ବାର ଏସୋସିଏସନ ବରଗଡ଼ ଙ୍କୁ ଆସି ଉକ୍ତ ଆନ୍ଦୋଳନ ଏବଂ ରମେଶ ମହାପାତ୍ର ପ୍ରତି ଅବିଚାର ପ୍ରସଙ୍ଗ ରେ ଅବଗତ କରିଥିଲେ । ଏବଂ ଆଇନ ଗତ ସାହାଯ୍ୟ ମାଗିଥିଲେ। ବରଗଡ ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ, ସମ୍ପାଦକ କୁନା ଆଚାର୍ଯ୍ୟ, ଉପ ସଭାପତି କାଳୀ ଚରଣ ଦାଶ, ବରିଷ୍ଠ ସଦସ୍ୟ ନିଧିବନ ବିହାରୀ ପ୍ରସାଦ ପଣ୍ଡା, ଲଲାଟେନ୍ଦୁ ବେହେରା, ଅନୁପ ଶତପଥି, ବେଲାଳସେନ ସରାଫ, କିଶୋର ଦାସ, ଶଙ୍କର୍ଷଣ ମିଶ୍ର, ଶଶୀଭୁଷଣ ପଧାନ, ହୀରାଲାଲ ଭୋଇ ଙ୍କ ସମେତ ମହାପାତ୍ର ଙ୍କ ଓକିଲ ସନକ ଦାସ ଏବଂ କୃଷକ ସଂଗଠନ ସହିତ ଏକ ଆଲୋଚନା ସଭା ବାର ସମ୍ମିଳନୀ କକ୍ଷ ରେ ବସିଥିଲା। ସେଠାରେ ଓକିଲ ସଂଘ ପକ୍ଷ ରୁ ଏହି ଆନ୍ଦୋଳନ କୁ ନୀତି ଓ ନୈତିତ ସମର୍ଥନ ଦେବାର ପୂର୍ଣ୍ଣ ପ୍ରାଣ ରେ ସମର୍ଥନ ଦେବାକୁ ଘୋଷଣା କରିଥିଲେ। ରମେଶ ମହାପାତ୍ର ଙ୍କ ଉପରେ ଉଦ୍ଦେଶ୍ୟ ମୂଳକ କେଶ ନିଃଶୁଳକ ଲଢ଼ିବା ପାଇଁ ପ୍ରତିଶୃତି ଦେଇଥିଲେ । ଏବଂ ଶୋଷଣ ବିରୋଧ ରେ ଗଣତାନ୍ତ୍ରିକ ଆନ୍ଦୋଳନ ମୌଳିକ ଅଧିକାର ଅଟେ। ତାହାର ରୋକାଯାଇ ପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ପରେ ଏହି କେଶ ଉଚ୍ଚ ନ୍ୟାୟାଳୟ ରେ ମଧ୍ୟ ଲଡ଼ାଯାଇଥିବାର ସୂଚନା ଦେଇଥିଲେ ଏବଂ ୮ ତାରିଖ ପର୍ଯ୍ୟନ୍ତ ନିଜର ପକ୍ଷ ରିଖିବା ପାଇଁ ଉପ ଜିଲ୍ଲାପାଳ ମାଜିଷ୍ଟ୍ରେଟ ସମୟ ଦେଇଥିବା ପ୍ରକାଶ କରିଥିଲେ। ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କୁ ସମର୍ଥନ ଓ ସହଯୋଗ କରିଥିବାରୁ ଭୁରିୟସୀ ପ୍ରଶଂସା କରିବା ସହିତ
ସଂଗଠନ ର ଲିଙ୍ଗରାଜ ପଧାନ, ରୋହିତ ପଧାନ, ସୁବାଷ ସାମନ୍ତରାୟ, ଅରବିନ୍ଦ ପଣ୍ଡା, ସୁବାସ ପଧାନ, ତପନ ମିଶ୍ର, କାରଣ ସାହୁ, ନାରାୟଣ ମିଶ୍ର, ସୁଦାମ ପାତ୍ର, ସୁରେଶ ନିକେଣ୍ଟି, ବିରେନ କର, ଟିକେଲାଲ ମିଶ୍ର, ପ୍ରଭାତ ସାହୁ, ମୁରଲୀ ଭୋଇ, ରବି ଶଙ୍କର ପଧାନ, ଥବିର ସାହୁ, ଈଶାନ୍ତ ଭୋଇ, ବିକାଶ ଅଗ୍ରୱାଲ, ବୀରବଳ ମହାକୁଡ଼ ସମେତ ସମସ୍ତ ବ୍ଲକ ର କୃଷକ ସଙ୍ଗଠନ ପଦାଧିକାରୀ ମାନେ ଧନ୍ୟବାଦ ସହିତ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧୦/୨୦୨୪---୯,୪୦ Sakhigopal News,4/10/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧୦/୨୦୨୪---୯,୪୦ Sakhigopal News,4/10/2024