ଘୁମୁସର ବରିଷ୍ଠ ନାଗରୀକ ମଞ୍ଚର ବୈଠକ
ଭଞ୍ଜନଗର-- ରବିବାର ଦିନ ଘୁମୁସର ବରିଷ୍ଠ ନାଗରିକ ମଞ୍ଚରବୈଠକ ସ୍ଥାନୀୟ ଜଙ୍ଗଲ ବିଭାଗ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଦସ୍ୟ ଶିବରାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସମ୍ପାଦକଙ୍କ ବିବରଣୀ ପାଠ କରିଥିଲେ । ବୈଠକ ଆରମ୍ଭରେ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା। ଭଞ୍ଜନଗର ଦେଇ ଫୁଲବାଣୀକୁ ରେଳପଥ ନିର୍ମାଣ ଓ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ଦାବୀ କରାଯାଇ ପ୍ରସ୍ତାବ ଗୃହୀତ ହୋଇ ଥିଲା। ମଞ୍ଚର ସ୍ମରଣୀକ ପ୍ରକାଶ ପାଇଁ ସାତ ଦିନ ଭିତରେ ସମସ୍ତ ସଦସ୍ୟ ଫଟୋ ସଂପାଦକଙ୍କୁ ପ୍ରଦାନ ପାଇଁ ସ୍ଥିର କରାଗଲା। ଆୟୁଷ୍ମାନ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ସରକାର ସାମିଲ କରିଥିବାରୁ ଆନନ୍ଦ ପ୍ରକାଶ ପାଇଥିଲା। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ବିଷୟରେ ସଚେତନତା ପ୍ରକାଶ କରି ସଭାପତି ଅନେକ ଉପଦେଶ ଦେବା ସହ ଆସନ ଓ ପ୍ରାଣାୟମର ଉପକାରିତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଗତ ୨୨ ତାରିଖରେ ଭଞ୍ଜନଗର ଆର. ଏମ. ସି ସଭାଗୃହରେ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସମୂଦ୍ଧିତ ହୋଇଥିବା ବରିଷ୍ଠ ନାଗରିକ ଶ୍ରୀ ମାଗୁଣି ମିଶ୍ରଙ୍କୁ ମଞ୍ଚ ତରଫରୁ ସ୍ୱାଗତ କରାଯାଇ ଥିଲା । ଆଗାମୀ ବାର୍ଷିକ ଉତ୍ସବରେ ମଞ୍ଚ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ସ୍ଥିର କରାଗଲା। ସଦସ୍ୟ ପି :ସର୍ବିସରାଓ ପାତ୍ର ପୁଷ୍ପ ପ୍ରଦାନ କରି କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ମାସର ବୈଠକ ନିକଟସ୍ଥ ବୃଦ୍ଧଖୋଲ ମନ୍ଦିରଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହେଇଥିଲା। ଶେଷରେ ଉପସଭାପତି ବାଳକୃଷ୍ଣ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ କରାଯାଇଥିଲ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୦/୨୦୨୪----୭,୪୦ Sakhigopal News,6/10/2024